କର୍ତ୍ତବ୍ୟ ଓ କାଳିଆ
କର୍ତ୍ତବ୍ୟ ଓ କାଳିଆ
1 min
6.7K
କର୍ତ୍ତବ୍ୟ ହିଁ ଶ୍ରେଷ୍ଠ କହେ ସବୁ ଶାସ୍ତ୍ର
ନ କରିଲେ ନର୍କ ବାସ
କର୍ତ୍ତବ୍ୟ କେମିତି କରିବି କାଳିଆ
ନ ଥିଲେ ଶକ୍ତି ସାହସ ?
ନ ଥିଲେ ଭକତି ମିଳେନା ଶକତି
ଭକତି ଶକତି ଛନ୍ଦା
ଭକତି କେମିତି କରିବି କାଳିଆ
ମୋ ମନ ତୋ ପାଶେ ବନ୍ଧା ?
ତୁମେ ବୁଝିପାର ସଭିଙ୍କ ଅନ୍ତର
ନାମ ତେଣୁ ଅନ୍ତର୍ଯ୍ୟାମି
ସତରେ କି ପ୍ରଭୁ ଦୋଷ ମୋର ସବୁ
ତେଣୁ ହେବି ନର୍କଗାମୀ ?
ଚିତ୍ତରଞ୍ଜନ ଲେଙ୍କା,କଟକ