STORYMIRROR

puspalata samantary

Others

3  

puspalata samantary

Others

କୃତକର୍ମର ଫଳ

କୃତକର୍ମର ଫଳ

1 min
301

ରାଶି ରାଶି ଉଦାହରଣ ରହିଛି

କ୍ରିୟା ପ୍ରତିକ୍ରିୟା ପାଇଁ,

ଗୋଟିଏ ମୁଦ୍ରା ର ଦୁଇପାର୍ଶ୍ଵ ପରା

ଏ ଦୁଇ କାର୍ଯ୍ୟ ଅଟଇ।

ଯୌବନ ବୟସ ଦିଏ ଉଦ୍ଦାମତା

ଭୁଲ ଓ ଭଟକା ପାଇଁ,

ଯୌବନ ସୁଲଭ ଅପସରି ଗଲେ

ମନରେ ଭ୍ରାନ୍ତି ଆସଇ।

ପୂର୍ବେ କରିଥିବା କର୍ମ କୁ ସେବେଳେ

ବିଚାର କୁ ନିଏ ନାହିଁ,

ଭାଗ୍ୟ ଆଉ ଭଗବାନେ ଦୋଷ ଦେଇ

କରମକୁ ନିନ୍ଦୁଥାଇ।

ଈଶ୍ବର ଅଟନ୍ତି ହିସାବ ରକ୍ଷକ

ପାପ ପୁଣ୍ୟ କର୍ମ ପାଇଁ,

ସେହି ଆଧାରରେ ସୁଖଦୁଃଖ ଭୋଗ

କର୍ମ ନିନ୍ଦିବ କିଂପାଇଁ।

କର୍ମର ଫଳ କୁ ବଦଳାଇବାକୁ

ଶକତି ନାହିଁ କାହାର,

କୃତକର୍ମ ଫଳ ଅବଶ୍ୟ ଭୁଞିବ

ତହିଁରୁ ନାହିଁ ନିସ୍ତାର ।

ଆଜିର ଜନନୀ ଭୟଭୀତ ମନ

ପାରିପାର୍ଶ୍ଵିକ କାରଣ,

ତାହାର ପ୍ରଭାବେ ଜାତହେବେ ଭୀରୁ

କୁଚକ୍ରୀ ସନ୍ତାନ ଗଣ।

ସନ୍ତାନ ସମ୍ଭବା ମାନଙ୍କୁ ଦର୍କାର

ମାନସିକ ସୁଲଭତା,

ତହିଁରେ ରହିଛି ସମାଜ ପାଇଁକି

ଅନେକ ଶୁଭବାରତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍