STORYMIRROR

NIBEDITA MOHAPATRA

Others

5  

NIBEDITA MOHAPATRA

Others

କରୋନାର ପ୍ରଭାବରେ

କରୋନାର ପ୍ରଭାବରେ

3 mins
325

ମନୋରମ ଏ ସୃଷ୍ଟିକୁ ସର୍ଜିଲେ ଈଶ୍ବର

ଭରିଦେଲେ କେତେ ଜାତି ସମ୍ପଦ ସମ୍ଭାର॥୧

ବ୍ୟବହାର କରେ ନର ତାକୁ ଇଚ୍ଛା ମତେ

ହେଲେ ସୁରକ୍ଷା କଥା ଚିନ୍ତା ନ କରେ ଚିତ୍ତେ॥୨

ପ୍ରକୃତି ସହିତ ମଣିଷ ଖେଳୁଛି ଖେଳ

ତେଣୁ ପୁରୁଛି ଅଦିନରେ ସଭିଙ୍କ କାଳ॥୩

ଧ୍ବସଂ ପଥରେ ଚାଲୁଛି ଆଜିର ମଣିଷ

ନିଜ ହାତେ ସାଧୁଛି ସେ ନିଜର ବିନାଶ॥୪

ଦିନୁଦିନ ବଢି ଚାଲିଛି କେତେ ବିପର୍ଯ୍ଯୟ

ରାହା ନ ପାଇ ପ୍ରାଣୀ ହେଁ ହେଲେଣି ଅଥୟ॥୫

ହିମାଳୟେ ଗର୍ଭେ ଥିଲେ ଯେତେ ଅଣୁଜୀବ

ବରଫ ବିଘଟନେ ହେଲେଣି ଆର୍ବିଭାବ॥୬

ମାଳିକା ବଚନ ଲାଗେ ହୋଇଲା କି ସତ

ଅଜଣା ରୋଗରେ ସର୍ବେ ହେଲେ ଆତଙ୍କିତ॥୭

କରୋନାର ଚକ୍ରବ୍ୟୁହେ ଫସିଛି ଜଗତ

ଶ୍ମଶାନ ସମାନ ଆଜି ଲାଗଇ ମରତ॥୮

ବଢୁଛି ପ୍ରତ୍ୟହ ଦେଖ କରୋନା ପ୍ରକୋପ

ହେଉଛି ନିତିନିତି କେତେ ଜୀବନ ଲୋପ॥୯

ଲୌହ ଶୃଙ୍ଖଳ ପରି ଗୋଟିକରୁ ଅନ୍ୟକୁ

ବ୍ୟାପେ ଜଣଙ୍କ ଠୁ ତିନି ଜଣଙ୍କ ପାଖକୁ॥୧୦

ଥଣ୍ତା,ସର୍ଦ୍ଦି,ଗଳା ଦରଜ ସହିତ କାଶ

କଷ୍ଟ ଅନୁଭବ ହୋଇଲେ ନେବାରେ ପ୍ରଶ୍ବାସ॥୧୧

ତେବେ ସ୍ବାସ୍ଥ୍ୟକର୍ମୀଙ୍କର ନେବ ପରାମର୍ଶ

ସଂକ୍ରମଣର ପ୍ରଭାବ କରିବ ବିନାଶ॥୧୨

ସଭିଏଁ ମିଳିତ ହୋଇ ହେବା ସଚେତନ

ସ୍ବଚ୍ଛତା ପ୍ରତି ନିଜ ସଦା ରଖିବା ଧ୍ୟାନ॥୧୩

ସାମାଜିକ ଦୂରତା ରକ୍ଷା କରିବା ପାଇଁ

ଘରେ ରହିବା ଲକ୍ ଡାଉନ ଆପଣାଇ॥୧୪

ପରିବାର ପ୍ରିୟଜନ ସୁରକ୍ଷା ନିମନ୍ତେ

ପାଳିବା ଏ ନିୟମ ମିଳିମିଶି ସମସ୍ତେ॥୧୫

ବିପନ୍ନ କରି ଦେଇ ନିଜର ଜୀବନକୁ

ସଦା ତତ୍ପର ଯିଏ ସୁରକ୍ଷା କରିବାକୁ॥୧୬

ସେହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ

ପ୍ରାର୍ଥନା କରିବା ତାଙ୍କରି ସୁସ୍ଥତା ପାଇଁ॥୧୭

ପୋଲିସ କର୍ମୀ, ସ୍ବେଚ୍ଛାସେବୀ, ନର୍ସ, ଡାକ୍ତର

ସଫେଇ କର୍ମଚାରୀ ଯେ ନମସ୍ୟ ଆମର॥୧୮

ଏ ମହାମାରୀ କାଳେ ନ ହୋଇ ଭୟଭୀତ

ନିଜ କାର୍ଯ୍ୟରେ ସେ ସଦା ରହିଛନ୍ତି ମତ୍ତ॥୧୯

ଲକ୍ ଡାଉନ ଅବା ହେଉ ସଟ୍ ଡାଉନ

ସଭିଙ୍କ କାର୍ଯ୍ୟକୁ କରି ଦେଇଛି ଡାଉନ॥୨୦

କେତେ କଷ୍ଟେ ଚଳୁଛନ୍ତି ମଧ୍ୟବିତ୍ତ ଜନ

ଅଭାବରେ ପରିବାର ହେଲାଣି ଉଚ୍ଛନ୍ନ॥୨୧

ପାଠପଢା, ବ୍ୟବସାୟ, ଦେଶ ଅର୍ଥନୀତି

ସବୁରି ଅବସ୍ଥାରେ ଆସିଲାଣି ଦୁର୍ଗତି॥୨୨

ପ୍ରବାସୀ ଶ୍ରମିକ କରୁଛନ୍ତି ମୁଣ୍ତବ୍ୟଥା

ଅମାନିଆ ହୋଇ ନ ମାନନ୍ତି କାହା କଥା॥୨୩

କ୍ବାରେନଟାଇନ୍ ରେ କରନ୍ତି ଗଣ୍ତଗୋଳ

ପୁଣି ଲୁଚି ଚାଲି ଯାଆନ୍ତି ହୋଇଣ ମେଳ॥୨୪

କ୍ଷଣ କ୍ଷଣକେ ବଦଳି ଦେଶ ପରିସ୍ଥିତି

ଅସହ୍ୟ ହେଲାଣି ସହିବାର ସବୁ ସ୍ଥିତି॥୨୫

ପର୍ବପର୍ବାଣୀର ରଙ୍ଗ ପଡିଅଛି ଫିକା

ଏକାଠି ହୋଇ ପାଳିବାର ନାହିଁ ମଉକା॥୨୬

ସାମାଜିକ କାର୍ଯ୍ୟକ୍ରମ ନ ହୋଇ ପାରଇ

ଘର ଚାରିକାନ୍ଥେ ବନ୍ଦୀ ଜୀବନ ବିତଇ॥୨୭

ଜୀବିକା ହରାଇ ବସିଛନ୍ତି ପରିବାର

ପେଟ ପୋଷିବାକୁ ତାଙ୍କ ନ ମିଳେ ଆହାର॥୨୮

ପରିସ୍ଥିତି ହେଲାଣି କେତେ ଯେ ଅସମ୍ଭାଳ

ଆୟତ୍ତ କରିବାକୁ ନାହିଁ କାହାରି ବଳ॥୨୯

ଧୈଯ୍ୟ ଧରିବା ବ୍ୟତିତ କିବା ଅଛି ଗତି

ବିପଦରୁ ମୁକ୍ତି ଦେବେ ଏକା ବିଶ୍ବପତି॥୩୦


Rate this content
Log in