STORYMIRROR

Sukanti Hotta

Others

3  

Sukanti Hotta

Others

କରୋନାର ପରାଜୟ

କରୋନାର ପରାଜୟ

1 min
11.8K

ଚକ ଘୁରୁଛି ଅଖ ଘୁରୁଛି

ସମୟ ହାତରେ ଯୁଗ ଚାଲୁଛି

କରୋନାର ଭୟ ବିଶ୍ୱେ ଗ୍ରାସିଛି

ଘର ମନ୍ଦିର ହୋଇଯାଇଛି

ଭାରତ ସଂସ୍କୃତି ଧନ୍ୟ ହୋଇଛି

ସ୍ନେହ ପ୍ରେମ ତ୍ୟାଗ ବଣ୍ଟା ଯାଉଛି

ମଣିଷ ପଣିଆ ଜଣା ପଡୁଛି

ଏକତାର ସେତୁ ଗଢ଼ା ହେଉଛି

ଜୀବେଦୟା ପାଇଁ ହୃଦ କାନ୍ଦୁଛି

ରାମରାଜ୍ୟ ସ୍ବପ୍ନ ସତ ହେଉଛି

ଦୁଃଖର ସମୟ ସରି ଆସୁଛି

ଅହିଁସାର ସେତୁ ଗଢ଼ା ହେଉଛି

କରୋନା ଛାଡି ଯିବ କହୁଛି

ମଣିଷ ପାଖରେ ହାର ମାନୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍