STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

କ୍ରୋଧ

କ୍ରୋଧ

1 min
328

କେବେ ଶୁଣିଛ କି ?

ଜଣେ କ୍ରୋଧ ଜର୍ଜରିତ ମଣିଷ ଭିତରେ

ଗୁମୁରୁ ଥିବା ଆର୍ତ୍ତ ଚିତ୍କାରକୁ !

କେବେ ଦେଖିଛ କି ?

ସେ ନାରଙ୍ଗୀ ଆଖି ଯୋଡ଼ିକ ପଛରେ

ଲହଡ଼ି ଭାଙ୍ଗୁଥିବା କୋହ ମିଶ୍ରିତ ଜୁଆରକୁ !


ଅନ୍ୟ ଜଣକୁ ଆୟତ୍ତ କରିବାକୁ ଯାଇ

ଯିଏ ନିଜେ ପରାଧୀନ ହୋଇଯାଏ 

ଅପରକୁ ନିୟନ୍ତ୍ରିତ କରିବାକୁ ଯାଇ

ଯିଏ ନିଜ ନିୟନ୍ତ୍ରଣରୁ ବାହାରିଯାଏ 

କେବେ ମାପିଛ ତା ଅସହାୟତା

କେବେ ଦେଖିଛ ତା ଛାତିର ଦୁର୍ବଳତା !

ଯାହାର ଅନ୍ତରର କ୍ଷୋଭ ସବୁ ବିସ୍ଫୋଟନ ହୋଇ

ନିଜେ ଜଳି ଅନ୍ୟକୁ ବି ଭସ୍ମ କରିଦିଏ। 


ଆତ୍ମବଳର ପରିପ୍ରକାଶ କରିବାକୁ ଯାଇ

ଯିଏ ନିଜେ ନିର୍ବଳ ହୋଇଯାଏ 

ନିଜ ଅହଙ୍କାରର ପ୍ରାଣ ପ୍ରତିଷ୍ଠା କରିବାକୁ ଯାଇ

ଯିଏ ଅହଂତ୍ୱକୁ ଜଳାଞ୍ଜଳି ଦିଏ 

କେବେ ଚିହ୍ନିଛ କି ତା ରୁକ୍ଷ କଣ୍ଠ ସ୍ୱର ପଛରେ

ଲୁଚି ଥିବା ସୁକୋମଳ ଆର୍ଦ୍ର ହୃଦୟକୁ !

ଯିଏ ନିଜ ସ୍ଥିତି କୁ ଜାହିର କରିବାକୁ ଯାଇ

ସ୍ୱୟଂ ସ୍ଥିତି ହୀନ ହୋଇଯାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍