STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କ୍ରମବର୍ଦ୍ଧିଷ୍ଣୁ

କ୍ରମବର୍ଦ୍ଧିଷ୍ଣୁ

1 min
193


ମୁଁଉ ମୋତେ ଖୋଜୁଅଛି ଆଜି

ସେଦିନ ଖୋଜିଲି ଅରମା ବଣରେ

ବୁଲି ବୁଲି ଦିନ ରାତି, ମୁଁଉ ମୋତେ ଖୋଜୁଅଛି ଆଜି ।।


ଅରମା ବଣରେ ସଇତାନ ବୁଦ୍ଧି

ମୋ ମୁଣ୍ଡ ରେ ଥିଲା ବସି

କେତେ କେତେ ଦୁଷ୍ଟ ଚିନ୍ତା ଏ ମନରେ

ରହିଥିଲା ବସା ବାନ୍ଧି, ମୁଁଉ ମୋତେ ଖୋଜୁଅଛି ଆଜି ।।


ତହିଁ ଆର ଦିନ ଫୁଲ ବଣେ ବୁଲି

ଫୁଲକୁ କରିଲି ସାଥି

ଫୁଲ ବାସିହୋଇ ସୁଖିଗଲା ଯେବେ

ସପନ ଗଲା ମୋ ଭାଙ୍ଗି, ମୁଁଉ ମୋତେ ଖୋଜୁଅଛି ଆଜି ।।


ତହିଁ ପରଦିନ ବିସମ ଜଞ୍ଜାଳ

ତିଳ ତିଳ ଜଳି ଜଳି

ସଂସାର ଅଗମ୍ୟ ପଥ ଅତିକ୍ରମେ

ଗଲି ମୁଁ ନିଜକୁ ଭୁଲି, ମୁଁଉ ମୋତେ ଖୋଜୁଅଛି ଆଜି ।।


ତା’ପର ଦିନର ଦୁର୍ଦ୍ଦିନ ସକାଳେ

ଅଗମ୍ୟ ଦୁଃଖ ଲହରୀ

ଜରା ଜର ଜର ବାର୍ଦ୍ଧକ୍ୟ ବେଳକୁ

ଥାଉ ମୁଁ କହିବି କାଲି, ମୁଁଉ ମୋତେ ଖୋଜୁଅଛି ଆଜି ।।



Rate this content
Log in