କ୍ରିଷ୍ଣା :
କ୍ରିଷ୍ଣା :
1 min
2.6K
ଜାଣେନି
କେମିତି ହେଲି ଉର୍ଦ୍ଧ୍ବ ବାହୁ ?
କେମିତି
ନୀଳ ନୀଳ ମେଘରେ
ଢାଙ୍କି ହେଇଗଲା
କଣିକାଏ ଲାଜ ?
ଅଚାନକ ସ୍ଥିର ହେଇଗଲା
ସମୟର ପ୍ରବାହ
ବହଳ ଅନ୍ଧାରରେ
ଉଜ୍ୱଳ ବଳୟର ବ୍ୟାପ୍ତି
ଶବ୍ଦ ଦୃଶ୍ୟ ସ୍ପର୍ଶ ଗନ୍ଧର ଅନୁପସ୍ଥିତି
ଅଖଣ୍ଡ ଶୂନ୍ୟତା....
ମୁଁ ଚାଲିଥିଲି
ମୋରି ଭିତରେ
ଉନ୍ମୁକ୍ତ ବିଭୋର ହୋଇ ।
ତୁମେ
କୋଟି ବସ୍ତ୍ରରେ ଅଚ୍ଛାଦିତ ହେଉଥିଲ
ନିଜେ ନିଜେ...
ଭାବର ଅଭାବରେ
ଏଇଥିଲା ମୋର ଶେଷ ସମର୍ପଣ
ମୃଦୁ ମୃଦୁ ହସି
ତୁମେ ତଥାପି ଯାଚୁଥିଲ ବନ୍ଧନ...!!
