STORYMIRROR

Bishnu Mahanand

Others

2  

Bishnu Mahanand

Others

କ୍ରାନ୍ତିଜ୍ୟୋତି

କ୍ରାନ୍ତିଜ୍ୟୋତି

1 min
4.7K


କେବେ ଦିନେ କ୍ରାନ୍ତିଜ୍ୟୋତି ଟେ ହୋଇ

ଜନମି ଥିଲ ସେ ଅନ୍ଧାରୀ ସମାଜରେ।।

କରେନା ବିଶ୍ବାସ ମୁଁ ଯେ

ଭାଗ୍ୟ କି ଭଗବାନ ରେ..।।

ତଥାପି କହିବି

ଭାଗ୍ୟବାନ ସେ ପାଟିଲ ଦମ୍ପତି

ଯାହା ଗର୍ଭରୁ ଜନମିଲ...

କୋଳ ଉଜ୍ଜ୍ୱଳ କରି।।

ସେଇ ସମାଜ କହୁଥିଲା

ମୁଲଗି କୋ ପଢନା ମନା ହେ।।

ଏକ ଶକ୍ତ ଧକ୍କାରେ

ଭାଙ୍ଗିଦେଲ ସେଇ ଅନ୍ଧବିଶ୍ୱାସ ର ର ପ୍ରାଚୀର।।

ଖାଲି ଶିକ୍ଷିତ ହୋଇନଥିଲ

ଦେଖେଇଥିଲ ଶିକ୍ଷା ର ଆଲୋକ

ତୁମ ପରି କେତେ କେତେ ମୂଲଗି କୁ।।

ଉଜ୍ଜ୍ଵଳ କରିଥିଲ ଅନ୍ଧାରରେ ଥିବା

ସମାଜର କୋଣ ଅନୁକୋଣ କୁ।।

ଏତେ ସହଜ ନଥିଲା ଅନ୍ଧାରକୁ ଜିତିଯିବା

ସହିଥିଲ କେତେ ଯେ ନିର୍ଯ୍ଯାତନା

ଭୋଗିଥିଲ କେତେ କେତେ ତାଡନା

ତଥାପି ଖାତିର କଲନି ସମାଜ ନାଲି ଆଖିକୁ।।

ଆହ୍ବାନ ଦେଇଥିଲ ସଭିଙ୍କୁ

ଉଠ,ଜାଗ୍ରତ ହୁଅ,ଶିକ୍ଷିତ ହୁଅ

ମୁକ୍ତ ହୁଅ-ଭାଙ୍ଗି ଦେଇ କୁପ୍ରଥାଗୁଡିକୁ।।

ତୁମ ତ ପାଲଟି ଗଲ ଆଲୋକ ବର୍ତ୍ତିକା ଟିଏ

ହେଲେ ଶିକ୍ଷା ଆଲୋକ

ଆଜି ଦୁରେଇ ପାରିନି ମୂଳଗି ଟିର ମନରୁ

ଅନ୍ଧବିଶ୍ୱାସ ର ଅନ୍ଧାର

ଭାଙ୍ଗି ପାରିନି କୁପ୍ରଥା ର ଜଞ୍ଜିର।।

ଆଜି ବି ବନ୍ଦୀ ସିଏ ପରମ୍ପରା ର ବନ୍ଧନ ରେ

ମୁକ୍ତ ହେବାକୁ ବହୁତ ଡେରି।।

ତୁମଙ୍କୁ ଆସିବାକୁ ହେବ ଆଉ ଥରେ

ଭାଙ୍ଗିବାକୁ ପରମ୍ପରା ର ପ୍ରାଚୀର

ଅନ୍ଧବିଶ୍ୱାସ ର ଜଞ୍ଜିର ।।

ଦୁରେଇ ଦେବାକୁ ଜ୍ଞାନ ର ପ୍ରଦୀପ ଟେ ହୋଇ

ଶହ ଶହ ମୂଳଗି ମନରୁ

ଅଶିକ୍ଷା ର ଅନ୍ଧକାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍