STORYMIRROR

Akshayakumar Dash

Others

3  

Akshayakumar Dash

Others

କୋଟି ଜୁହାର ତୁମକୁ ମାଆ

କୋଟି ଜୁହାର ତୁମକୁ ମାଆ

1 min
13.1K


ପାହାଡ଼ ବିଲ ବିଭବ ଭରା,

ରାଣୀ କ ପରି ଦିଶୁଚି ଧରା।

ମହକ ଦିଆ ଶେଫାଳୀ ଫୁଲ,

କାକର ଦିଶେ ମୁକୁତା ତୁଲ।

କାଶତଣ୍ଡିର ଚଂର ଧରି,

ପବନ ବିଞ୍ଚିଦଉଛି ଥରି।

ଝୋଟିମୁରୁଜ ପଡିଛି ଚିତା,

ରଙ୍ଗବେରଙ୍ଗ ପତାକା ଫିତା।

ଘରବ।ହାର ସଫାସୁତରା

ଝୁଣା ଧୂଆଁ ରେ ବାସୁଛି ପରା।

ବାଜୁଛି ଘଣ୍ଟ ମହୁରୀ ଶଙ୍ଖ,

ମା ପୂଜାରେ ହଉଛି ରଙ୍କ।

କମଳା ଲେମ୍ବୁ ଡାଲିମ୍ବ ଫଳ,

ଆତାପି ନାରିକେଲର ଜଳ।

ଠାକୁରାଣୀକୁ କରୁଛି ପୂଜା,

ଖିରିପୁରିରେ ମାରୁଛୁ ମଜା।

ଦେବୀ ସଭିଙ୍କୁ ହୁଅନ୍ତୁ ସାହ।

ଅନନ୍ତକୋଟି ଜୁହାର ମାଆ।


ଅକ୍ଷୟ କୁମାର ଦାଶ

ଶିକ୍ଷକ ମଧୁକେଶ୍ୱର ନୋଡାଲ ବିଧ୍ୟାପିଠ

କଣ୍ଟିଗରଡ଼ିଆ ପିନ755049


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash