STORYMIRROR

Sunanda Mohanty

Others

4  

Sunanda Mohanty

Others

କୋଣାର୍କ

କୋଣାର୍କ

1 min
207


ଭଗ୍ନ କୋଣାର୍କେ 

ସ୍ୱପ୍ନ ଅନେକ 

ଦେଖିଥିଲା କେବେ କିଏ 

ମଗ୍ନ ବିଧୁରା ଅଳସୀ ଆଖିରେ 

ନର୍ତ୍ତକୀ ଗଢିଲା ଯିଏ 

ସୂର୍ଯ୍ୟ ଦେବତାଙ୍କୁ 

ଆବାହନୀ କରି ସକାଲରେ 

ସ୍ୱାଗତ ସଂଗୀତ ଗାଏ ଯିଏ 

କେ ବା ଯାଏ ବୀଣା 

କିଏ ଶୃଙ୍ଗାରେ ଜିଣା 

ନୃତ୍ୟ ମଦିରା ପିଏ 

ଭଗ୍ନ କୋଣାର୍କେ ନଗ୍ନ ନର୍ତ୍ତକୀ 

ଆଜି ବି ସେକଥା କହେ 

ନିହାଣ ମୁନରେ 

କେଉଁ ଶିଳ୍ପୀର ହସ୍ତେ 

ପରଶେ ସରସ ହୁଏ

ସୂର୍ଯ୍ୟ ଦେବତାଙ୍କ ଆବାହନୀ ପାଇଁ 

ଏତେ ସୁନ୍ଦରେ ସଜାଇ ଥାଏ 

ଭଗ୍ନ କୋଣାର୍କ 

ପ୍ରତିଟି ପ୍ରସ୍ତର 

ଆଖିରେ ଲୁହ ଜାଗାଏ 

ଆଜି ବି କୋଣାର୍କ 

ସୂର୍ଯ୍ୟ ଦେବତାଙ୍କୁ 

ତା ଆଡ଼େ ବାଟ କଢ଼ାଇ ନିଏ 

ସୂର୍ଯ୍ୟଙ୍କ କିରଣେ 

ପ୍ରତିଟି ଶିଳ୍ପ ସୌନ୍ଦର୍ଯ୍ୟରେ 

ପରଦେଶୀ ମନ୍ତ୍ରମୁଗ୍ଧ ହୁଏ 

ନହୋଇ ରହିଛି ଅବା କିଏ????? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍