କନ୍ଧ କବି ସେ...
କନ୍ଧ କବି ସେ...
କନ୍ଧ ଗଳିର ଅନ୍ଧ କବିସେ
ଜନମରୁ ଅପାଠୁଆ
ଦିବ୍ୟ ଆଲୋକ ଦେଇ ଜଗତକୁ
ତୁଟାଇ ଅହଂର ମାୟା l
ହେ ଦିବ୍ୟ ପୁରୁଷ ଆଉଥରେ ଆସ
ନବୀକରଣ ନିମନ୍ତେ
ମିଛ ମାୟା ମୋହ ଅହଂକାରେ ପଡ଼ି
ଜଗତ ଉଜୁଡି ଯାଏ l
ଏପରି ଭାବନା ଆଉକେ କରିବ
ଜଗତ ଉଦ୍ଧାର ପାଇଁ
ନିଜ ଜୀବନକୁ ନର୍କରେ ପକାଇ
ଅନ୍ୟର ହିତ ସାଧଇ l
ଦିବ୍ୟ ଚେତନା ଦିବ୍ୟ ଭାବନା
ହୃଦରେ ତୁମ ଜାଗିଲା
ସେହି ଚେତନାରେ ଉଦବୁଦ୍ଧ ହୋଇ
ଜୀବନ ଉଦ୍ଧାର ହେଲା l
ଅହିଂସାରେ ରହି ସତ୍ୟର ସନ୍ଧାନ
ପାଇଥିଲ ପୁଣ୍ୟଦେହା
ସେଥିପାଇଁ ସିନା ବିଶ୍ୱ ଝୁରୁଅଛି
କହୁଛି ମୁହଁରେ ଆହା l
ଆଖି ନଥାଇକି ଦିବ୍ୟ ଦ୍ରଷ୍ଟା ହେଲ
ଆଖିଥାଇ ଆମ୍ଭେ ଅନ୍ଧ
ଚାକଚକ୍ୟ ଭରା ଜୀବନ ଜିଇଁକି
ସମାଜ ସାଜିଛି କନ୍ଧ l
ହେ ଦିବ୍ୟ ପୁରୁଷ ଆଉଥରେ ଆସ
ଧରା ହେଉ ଉତ୍ସାହିତ
କୁପଥରେ ଯାଇ ମାନବ ସମାଜ
ଭୁଲି ନଯାଉ ତା ପଥ l