STORYMIRROR

Premasila Raut

Others

3  

Premasila Raut

Others

କଲମ

କଲମ

1 min
14.2K



କଲମ ଆମର ଉପକାରୀ କେତେ

ଏତେ ବଡ଼ ଦୁନିଆରେ

ଛୋଟ ଠାରୁ ବଡ ସଭିଙ୍କ ପାଖରେ

ଥାଏ ପ୍ରତି ମୁହୂର୍ତ୍ତରେ ।

ହାତ ପାହାନ୍ତାରେ ସବୁବେଳେ ଥାଏ

ନିତି ଆମ ଗହଣରେ

ଜୀବନ ଲଗାଏ ସୁପଥ ଦେଖାଏ

ଲାଗେ ସଭିଙ୍କ ସେବାରେ ।

ଜୀବନ ଦାନର ଆଶୀର୍ବାଦ ବାଣୀ

ଲେଖି ଦିଏ ସାଧୁ ପାଇଁ

ଦୋଷୀ ପାଇଁ ଲେଖେ ଫାଶୀର ଆଦେଶ

ବିଚାରକ ହାତେ ଥାଇ ।

ଝରଣାର ଧାରା ନିମ୍ନଗାମୀ ସଦା

ରଖିପାରେ ନାହିଁ ନର

ଛିନ୍ନ ଅସମ୍ଭବ ମନର ଭାବନା

ଅଟଳ କଲମ ଗାର ।

ଗୀତ କବିତାର ଗୁନ୍ଥି ଦିଏ ମାଳ।

ଧଳା କାଗଜର ଦେହେ

କବି ଲେଖକର ଅସ୍ତ୍ର ହୋଇ ସଦା

ସତ୍ୟର ବାଣୀକୁ କହେ ।


இந்த உள்ளடக்கத்தை மதிப்பிடவும்
உள்நுழை