Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

କଲମ

କଲମ

1 min
296


କ୍ଷୁଦ୍ର କାୟାରେ ମହତ ସାଧନ

କରିପାରେ ଏଇ କଲମଟିଏ

ମୁନରେ ତାହାର ଆଙ୍କିଦେଇପାରେ

ମନଛୁଆଁ ସୂକ୍ଷ୍ମ କୀରତ୍ତିଟିଏ ।


କେତେ କେତେ ଚିନ୍ତା ଚେତନା ଭାବନା

ମଣିଷର ହୃଦ ତଳର କଥା

କଲମ ଧାରରେ ଚିତ୍ରିତ ହୋଇଛି

ଅତୀତର ସୃଷ୍ଟି ସଭ୍ୟତା ଗାଥା ।


ସମାଜ ମଞ୍ଚରେ ବାସ୍ତବ ଚିତ୍ରକୁ

ଆଙ୍କିଦେଇ ହୁଏ କଲମଧାରେ

ବିଦ୍ରୋହ ଭାବନା ଦୁଃସ୍ଥର ବେଦନା

ନିର୍ବିଘ୍ନରେ ସାଧା କାଗଜ ଭରେ ।


ଆଶାର ଦିଗରେ କଳ୍ପନା ନେତ୍ରରେ

ଗଢ଼ିଦେବା ପାଇଁ ସୃଜନୀ କେତେ

ସାରା ଶ୍ରେୟ ନିଶ୍ଚେ କଲମକୁ ଦେବେ

ଜ୍ଞାନୀ ଗୁଣୀ ମାନୀ ସଜ୍ଜନ ଯେତେ ।


ସୀମିତ ଆର୍ଥିକ ମୂଲ୍ୟର କଲମ

ଉପକାର ତା'ର ଅମୂଲମୂଲ

ତା' ବିନା ଅଧୁରା ଜ୍ଞାନାର୍ଜନ ପଥ

କିଏ ଅବା ହେବ କଲମ ତୁଲ ?



Rate this content
Log in