କଳଙ୍କ
କଳଙ୍କ
1 min
85
କଳଙ୍କିତ ଅଧ୍ୟାୟ ସବୁ ଅପଢା ରହେ
ବିନା କଳାଙ୍କରେ କଳଙ୍କିତ ହୁଏ
ଶୁଣିଥିଲି ଚନ୍ଦ୍ରମାରେ କଳଙ୍କ ବୋଲି
ଲୁହାରେ କଳଙ୍କି
ମତେ ବି କଳଙ୍କିତ ହେବାର
ଦୁଃସ୍ବପ୍ନ ହୁଏ
ପୃଥିବୀଟା ଉତ୍ତପ୍ତ ଅଗ୍ନି ପିଣ୍ଡ ଭଳି
ଜଳୁଛି ଏବେ
ପାଣି, ପବନ, ଜଳ, ବାୟୁ
ସବୁ ଏବେ ପ୍ରଦୂଷିତ
ଅଶାନ୍ତ ମନ ଏବେ ଅତୃପ୍ତ
ଢଙ୍ଗ ଏବେ ଜିଁବାର
ବେଢଙ୍ଗ ନିଆରା ।
