STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

କଳିର ଜଳନ୍ଧର

କଳିର ଜଳନ୍ଧର

1 min
329

ସତ୍ୟ ଯୁଗେ ଜଳନ୍ଧର

ଥିଲା ଏକ ଅସୁର ;

କ୍ରୁର ଥିଲା ବ୍ୟବହାର ;

ମାନୁନଥିଲା ସଂସାର ;

ମନେ ମନେ ଶ୍ରେଷ୍ଠ ବୀର ;

ବଢାଇଲା ଅତ୍ଯାଚାର ;

ସୀମା ହୋଇଗଲା ପାର...

ତେଣୁ ତୁଳସୀ ହରଣ 

କରିଥିଲେ ନାରାୟଣ

ଦେଖିନି ଅସୁର ନୟନ

ଜଳନ୍ଧରର ପତନ

ଆଶ୍ୱସ୍ଥ ତ୍ରିଭୁବନ...

ତୁ କ'ଣ ଦାନବ !

ତୁ ପରା ଜ୍ଞାନୀ ମାନବ

ଆଖି ତୋର ଦେଖିପାରିବ ?

ତୋ ସ୍ତ୍ରୀ ଅସତୀ ହୋଇବ ;

ପର ନାରୀ ପାଖେ କି ଲାଭ !

ନିଜ ନାରୀ କଥା ଥରେ ଭାବ...

ନିଜର ଟିକେ ଭୁଲ ପାଇଁ ;

ନିଜ ନାରୀ ଅସତୀ ବୋଲାଇ ;

ଛାତି କି ପାରିବ ସହି !

ମଥା ଯିବନି କି ନଇଁ !

" କଳିର ଜଳନ୍ଧର " ହୁଅ ନାହିଁ ।



Rate this content
Log in