STORYMIRROR

Sunanda Mohanty

Others

3  

Sunanda Mohanty

Others

କଳାଶ୍ରୀମୁଖ

କଳାଶ୍ରୀମୁଖ

1 min
253

ଦେ ରେ କାଳିଆ ଯେତେ ତୁ ଦୁଃଖ 

ତୋ ନୀଳଚକ୍ରବାନା ଦେଖିଦେଲେ ଥରେ, ମିଳେ ତ ସୁଖ 

ଉଡୁଥାଏ ନେତ ଫରଫର ସେତ 

ଯେବେ ତାକୁ ଥରେ ଚାହିଁ ଦିଏ ମୁହିଁ 

ସେଥିରେ ଦିଶେ ତୋ କଳା ଶ୍ରୀମୁଖ 


କି ଅବା ସମ୍ପର୍କ ଅଟେ ତୋର ତାର 

କି ଅବା ବେଭାର ତୋ ସଙ୍ଗେ ମୋର 

ଆଖି ରହେ ଲାଖି, ମୁଁ ନିରିମାଖି 

ଯେତେଥର ଦେଖେ କଟିଯାଏ ମୋର 

ରୋଗ ଦୁଃଖ କଷ୍ଟ ଓ ଶୋକ 


ଲେଖିଦିଅନ୍ତି ମୁଁ ତୁଳୀରେ,ବାନାରେ ତୋ ଥରେ 

ତୋ ଚକାଆଖି ଆଉ ତୋ କଳାମୁଖ 

ଧୋଇଦିଅନ୍ତି ମୁଁ ମୋ ଭାବ ଜଳରେ 

ପାପୁଲିରେ ମୋର କେତେ କଳଙ୍କ 

ମୁଁ ପାପୀଟିଏ ସଂସାର ନାଆରେ ସାହାହୁଅ ପ୍ରଭୁ ନୋହି ବିମୁଖ 


ଗାଇଦିଅନ୍ତି ମୁଁ ଗୀତଟିଏ କରି 

କଣ୍ଠରେ ମୋହର ବସିଯାଅ ହରି 

ଫୁଟିଯାଆନ୍ତିକି ଫୁଲ ଟିଏ ହୋଇ 

ଗଳା ରେ ତୁମରି ମହକିବା ପାଇଁ 

ଦର୍ଶନେ ତୁମର ଧନ୍ୟ ଜୀବନ ମୋହର, ପାଆନ୍ତି ମୋକ୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍