STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କଳାକାର କଳା ଠାକୁର

କଳାକାର କଳା ଠାକୁର

1 min
137

କଳା ଠାକୁର       କଳା ଠାକୁର

କଳାମୁଖ କଳାକର   ଅରୁଣ ରଙ୍ଗ ଅଧର

ସତରେ କେଡେ ସୁନ୍ଦର, ମୋ କଳା ଠାକୁର  ।।

ପଦ୍ମ ପଳାଶ ଲୋଚନ  ଚନ୍ଦ୍ର, ସୂର୍ଯ୍ୟ ବିଦ୍ୟମାନ

ମସ୍ତକେ ଚାରୁ ଚନ୍ଦ୍ରିକା   ଦିଶେ ବଡ଼ ମନୋହର

ମୋ କଳା ଠାକୁର ।।

ଭାଇ,ଭଉଣୀ ସଙ୍ଗରେ     ରତ୍ନସିଂହାସନ ପରେ

ବିଜୟ କଲ ଶ୍ରୀକ୍ଷେତ୍ର      ପବିତ୍ର ନୀଳକନ୍ଦର 

ମୋ କଳା ଠାକୁର ।।

ତୁମେତ ଦୁଃଖୀ ସଙ୍ଗାତ   କହନ୍ତି ସାରା ଜଗତ

ମୋ ଦୁଃଖ ର ନାହିଁ ଅନ୍ତ   ମୋ କଦନ ଘେନା କର

ମୋ କଳା ଠାକୁର ।।

ଦିନୁଦିନ ଦୁଃଖ ଦାଉ    ପ୍ରବଳ ଉତ୍ତାଳ ଢେଉ

ସମାନ ସେ କାଳରାହୁ    ଗ୍ରାସ କରେ ବାରମ୍ବାର

ମୋ କଳା ଠାକୁର ।।

ମହାବାହୁ ବାହୁ ତଳେ    ଆଶ୍ରୟ ଦିଅ ହେ ଥରେ

ପ୍ରଫୁଲ୍ଲ ଫୁଲେ ବନ୍ଦଇ    ତବ ଶ୍ରୀରଙ୍ଗା ପୟର

ମୋ କଳା ଠାକୁର ।।


Rate this content
Log in