STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

କଳା ଠାକୁର

କଳା ଠାକୁର

1 min
196

କଳାଠାକୁର ସେତ କଳାଠାକୁର

ଜଗତ ନାଥ ପ୍ରଭୁ ମୁରଲୀଧର

ଭକ୍ତର ଭାବେ ବନ୍ଧା ମଧୁସୂଦନ

ବଡ଼ ଦେଉଳେ ଦେଖ ଚକାନୟନ ll


ଚକା ଚକା ଆଖି ତା ସୁମନୋହର 

ସାରା ବ୍ରହ୍ମାଣ୍ଡ ଦେଖେ ସେ ବଂଶୀଧର

ଗୋଡ଼ ନାହିଁ ଚାଲେ ସେ ଦୁନିଆଁ ଜାଣ 

ହାତ ନାହିଁ ଧରିଛି ସାରା ଭୁବନ ll


କଳା ଶରୀର କରେ ମନକୁ ଚୋରି 

ଷୋଳ କଳା ସମ୍ପନ୍ନ ହରେ ମୁରାରୀ

ଶ୍ରୀକୃଷ୍ଣ ଗୋବିନ୍ଦ ସେ ଯଶୋଦା ଧନ

ଗୋପୀଙ୍କ ଅତି ପ୍ରିୟ ଚୋରାଏ ମନ ll


କାଳିଆ ସାଆନ୍ତ ମୋ କଳାଠାକୁର

ମୋହରି ଠାରେ ପ୍ରଭୁ ଯେ ଦୟା କର

ସତ୍ୟ ସାହସେ ସଦା ଥାଉ ମୋ ମନ

ଜଗନ୍ନାଥ ପ୍ରଭୁଙ୍କୁ କରେ ଜଣାଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍