କଳା ମୁଖ
କଳା ମୁଖ
1 min
339
ଜହ୍ନରେ କଳଙ୍କ
ମନରେ କଳଙ୍କ
କଳଙ୍କରେ କଳା ହୋଇ
ଜଗନ୍ନାଥ ସେ ତ କଳାମୁଖ
କଳଙ୍କର ଭରା ନଈ
କିଏ କହେ ହାତ ନାଇଁ
ସବୁ ସେ କରନ୍ତି ସାଇଁ
କିଏ କହେ ପାଦ ନାହିଁ
ଏତେ ବାଟ ଚାଲି ଯାଇ
ଭକ୍ତ ପାଖରେ ଥାନ୍ତି କେମିତି ରହି
ଦାସିଆ ବାଉରୀ ବନ୍ଧୁମହାନ୍ତିଙ୍କୁ
ହାତର କରାମତି ଦେଲେ ଦେଖାଇ
ରଥର ଉପରେ ଥାଇ
ଗଡ଼ିବ କି ରଥ ସାଲବେଗ ଯଦି
ଆସିନପାରଇ
ଏତେ କଳଙ୍କର କାଳିମାରେ
ସେତ ଭକତର ଭାବଗ୍ରାହୀ.
