STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କଳା ବାମନ

କଳା ବାମନ

1 min
335


ଦଳିତ ଅଞ୍ଜନ ବୋଳା କଞ୍ଜବଦନ

ସଖୀ ରଥେ ଦେଖ ,କଳା ବାମନ  ।।


ନନ୍ଦିଘୋଷେ ନନ୍ଦ ସୁତ  ସତେକି କଳା ଜୀମୂତ

ନୀଳ ଇନ୍ଦିବର କାନ୍ତି କରଇ ଦେଖ ମୋହିତ,

ଲୀଳା ଲଗାଇଅଛନ୍ତି , ଜଗତ ଜୀବନ ,,

ଛାଡ଼ିବେ ବ୍ରହ୍ମ ଆସନ

ଆଡପ ମଣ୍ଡପେ ମନ

ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।


ଦିଗନ୍ତ ବିସ୍ତାରି ଆଭା ସତେ କେଡ଼େ ମନଲୋଭା

ନବଦୂର୍ବାଦଳ ଶୋଭା କୋଟି ବିଭାବସୁ ବିଭା,

ଆଲୋକରେ ଆଲୋକିତ , ହୁଅରେ ଜୀବନ ,,

ରଥେ କରରେ ଦର୍ଶନ

ତରିବୁ ଭବ ଭୂବନ

ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।


ରଙ୍ଗ ଅଧର ଆରକ୍ତ  ଝରେ ଅବା ଆଲକତ

ରବି,ଶଶି ଚକାନେତ୍ର  ବିଲୋକେ ସାରା ଜଗତ,

ଜୀବନ ଆସୁଛି ଧନ ,  ଦେଖରେ ଜୀବନ ,,

ଅପୂର୍ବ ଦିଶେ ସ୍ୟନ୍ଦନ

ମଣିଷେ ଭାବ ବନ୍ଧନ

ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।


ଭାଷଇ ପ୍ରଫୁଲ୍ଲ ଦୀନ  ଦୀନ ଜନ ମହାଜନ

ତୋ ଦାସାନୁ ଦାସ ହୀନ କର ପ୍ରଭୁ ପରିତ୍ରାଣ,

ତୋ ପରସେ ହେଉ ଧନ୍ୟ , ଛାର ଏ ଜୀବନ ,,

କପିଧ୍ଵଜେ ପରା ଉଡେ

    ବାନା ପତିତପାବନ

ଚତୁର୍ଭୁଜ ନାରାୟଣ, ଦଳିତ ଅଞ୍ଜନ ବୋଳା…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍