STORYMIRROR

Kamala Satpathy

Others

2  

Kamala Satpathy

Others

କଲେଜ୍ ମାଡିବା ପୁଅକୁ

କଲେଜ୍ ମାଡିବା ପୁଅକୁ

1 min
457


ଦିନ ଥିଲା ପୁଅ କଲେଜ୍ ମାଡିଲେ

ଡରୁଥିଲେ ବାପା ମାଆ

ଝିଅଙ୍କ ସାଙ୍ଗରେ ମିଳାମିଶା କରି

ବୁଡେଇବ ବଂଶ ନାଆଁ ।

ଖାତା ବହି ସାଙ୍ଗେ ଲୁଗାପଟା କିଣି

ବୁଝୋଉଥିଲେ, “ରେ ବାବୁ,

ଝିଅଙ୍କର ମାୟା ନରକର ଦ୍ୱାର

ତାଙ୍କଠୁ ଦୂରେ ରହିବୁ ।

ଭଲ ପିଲାଙ୍କର ସାଙ୍ଗରେ ରହିକି

ଶିଖିବୁ ଉତ୍ତମ କଥା

ପାଠ ପଢି ସାହିଭାଇ ନାଁ ରଖିବୁ

ଦବୁନି ଛାତିରେ ବ୍ୟଥା ।

ଝିଅମାନଙ୍କର ପାଲରେ ନପଡି

ରଖିଥିବୁ ଚିତ୍ତ ଶୁଦ୍ଧ

କେବେ ଯଦି ଶୁଣେ କରିଛୁ ଲଫଡା

କରିଦେବି ସିଧା ବଦ୍ଧ ।“

ଯୁଗ ବଦଳିଲା, ବେଳ ବଦଳିଲା

ବଦଳିଲା ବାପା ଭୟ

ଏବେ ପଢିବାକୁ ପୁଅ ଗଲାବେଳେ

କୁହେ ବାପା, “ଶୁଣ ପୁଅ,

ବାଛି ବାଛି କରି ସୁନ୍ଦରୀ ଝିଅଟେ

ଯୋଗାଡିବୁ ନିଜ ପାଇଁ

ପୁଅମାନଙ୍କର ସାଙ୍ଗେ ଦିନରାତି

ଜମା ତୁ ରହିବୁ ନାହିଁ ।

ଦିନରାତି ଖେଳାବୁଲା କଲେ ତାଙ୍କ ସାଙ୍ଗେ

ବୁଡିଯିବ କୂଳ ନାଆଁ

ମୁଣ୍ଡ ଉଠେଇକି ଚାଲି ପାରିବିନି

କାନ୍ଦୁଥିବ ତୋର ମାଆ ।

ନାରୀର ସଙ୍ଗତି, ଆଣଇ ମୁକତି

ମନରେ ଭରଇ ଶାନ୍ତି

ଭଗବାନଙ୍କର ଶ୍ରେଷ୍ଠ କୃତି ସିଏ

ତା’ ବିନା ଜଗତ ନାସ୍ତି ।

ଗୋପୀଙ୍କ ମେଳରେ ଯେହ୍ନେରେ କାଳିଆ

ରଚୁଥିଲା ରାସଲୀଳା

କଲେଜେ କ୍ୟାମ୍ପସେ ସୁନ୍ଦରୀଙ୍କୁ ଧରି

ସେମିତି କରିବୁ ଖେଳା ।

ଜାତି ଅଜାତିର ବାରଣ ନକରି

ହୃଦ ଢାଳିଦେବୁ ସେଠି

ବାହାହୋଇ ସିଧା ନେଇ ଆସିଲେ ବି

ନେବୁରେ ଆମେ ପାଛୋଟି ।

ବୋହୂ ହାତୁ ପିଣ୍ଡ ପାଇବା ଆଶାରେ

ବସିଛୁ ତୋ’ ବାଟ ଚାହିଁ

ସେ ଆଶାରେ ପାଣି ପକେଇ ପୁଅରେ

ସମଲିଙ୍ଗୀ ହେବୁନାହିଁ ।“

-0-



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍