STORYMIRROR

Debabrata Jena

Others

3  

Debabrata Jena

Others

କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଜୁବାବୁ

କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଜୁବାବୁ

1 min
207


ପ୍ରବାଦ ପୁରୁଷ ହେ ଉତ୍କଳ ସୁତ

ନିର୍ଭୀକ ଦେଶ ସେବକ

ପ୍ରତି ଓଡ଼ିଆଙ୍କ ସ୍ୱାଭିମାନ ଧାରୀ

ତୁମେ ବିଜୁ ପଟ୍ଟନାୟକ ।।

ଇଣ୍ଡୋନେସିଆର "ଭୂମିପୁତ୍ର" ପଦେ

ହୋଇଥିଲ ବିଭୂଷିତ

ଶତ୍ରୁ କବଳରୁ ରକ୍ଷା କରି ତୁମେ

ହେଲ ପୃଥିବୀ ବିଖ୍ୟାତ ।।

ପାରାଦୀପ କୂଳେ ଥାପିଣ ବନ୍ଦର

ରଖିଲ ଯଶ କୀରତି

ରାଉରକେଲାର ଇସ୍ପାତ ଦେଇଛି

ଓଡ଼ିଆଙ୍କୁ ନବ ଶକ୍ତି ।।

ଦେଶପ୍ରେମ ବହ୍ନି କରି ପ୍ରଜ୍ବଳିତ

ରଖିଛ ମାଟିର ଶିର

କାଳର ଫଳକେ ନିଜ ନାମ ଲେଖି

ହୋଇଗଲ ଯେ ଅମର ।।

ପ୍ରତି ଓଡ଼ିଆଙ୍କ ହୃଦୟେ ରହିଛ

ନିସ୍ୱାର୍ଥ ସେବକ ହୋଇ

ଫେରିଆସ ପୁଣି କଳିଙ୍ଗ ମାଟିକୁ

ଜାତୀୟ ପ୍ରୀତି ଜଗାଇ ।।

ତବ ଶହେ ତିନି ଜନ୍ମଜୟନ୍ତୀରେ

କରୁଛି ଶତ ନମନ

ପଞ୍ଚାୟତିରାଜ ଦିବସ ପାଳୁଛୁ

ଘେନ ଗୋ ଶ୍ରଦ୍ଧା ସୁମନ ।।

ଭୋଗରାଇ,ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍