STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

କିଏ ତୁମେ ସାନ୍ୟାଲ

କିଏ ତୁମେ ସାନ୍ୟାଲ

1 min
191

କିଏ ତୁମେ ପରିଚୟ ଦେବ କି ହେ ଅଳକା ସାନ୍ୟାଲ

କାହିଁକି ଚର୍ଚ୍ଚିତ ତୁମ ଚରିତ୍ରର ଚିତ୍ର କବିତାରେ 

କେବେ ତୁମେ ମର୍ଯ୍ୟାଦାର ଓଢଣୀ ଲୋଭରେ ହୋଇଛ ନିରାଶ

ଶେଷରେ ବାଛିଛ ପଥ ବିକି ଦେଇ ନିଜକୁ ହାଟରେ। 


ଯେତିକି ଚିହ୍ନିଛି ତୁମେ ନାରୀତ୍ୱର ନିରାଟ ପ୍ରତୀକ

ଯିଏ କି ଯୁଗେ ଯୁଗେ ପ୍ରତାରିତ ହୁଏ ପୁରୁଷ ହସ୍ତରେ 

ନିଜକୁ ନିଃଶେଷ କର କେବେ ସମାଜ ଓ ଆଦର୍ଶ ଦ୍ୱାହିରେ

ସେଥିପାଇଁ ତୁମେ ସାଜ ପ୍ରତିଥର ଅବନତ ସର୍ବ ସମ୍ମୁଖରେ। 


ପୂଜା ପାଅ ସତ ତୁମେ ବତ୍କୃତା ଓ ସାହିତ୍ୟର ଭଦ୍ର ମନ୍ଦିରରେ

ତିରସ୍କୃତ ହୁଅ କିନ୍ତୁ ଚାରିକାନ୍ଥ ଆବଦ୍ଧରେ କି ନିରୋଳା ରାସ୍ତାରେ 

ଯେତେ ତୁମେ ଖାପ ଖୁଆଅ ପଛେ ଧର୍ମ ଓ ନ୍ୟାୟର ବ୍ୟବଧାନରେ

ଥରୁଟେ ବିଚ୍ୟୁତ ହେଲେ ଠିଆ ହେବାକୁ ପଡ଼େ କାଳଙ୍କର କାଠଗଡ଼ାରେ। 


କଜ୍ଜଳ କଳଙ୍କ ସାଜେ ତୁମ ପାଇଁ ଅଳତା ବନ୍ଧନ

ଏରୁଣ୍ଡି ଡେଇଁଲା ପରେ ତୁମେ ସାଜ ଆଖିରେ କଣ୍ଟକ 

ପ୍ରତିପଦେ ତୁମେ ଏକ ଅବଳାର ପରିଚୟ ପତ୍ର ନେଇ ବଞ୍ଚ

ସେ ପାଇଁ ହେ ସାନ୍ୟାଲ ତୁମେ ସଦା ଏକ ଚର୍ଚ୍ଚିତ ସନ୍ତକ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍