STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

କିଏ ସେଇ ସଂଚାଳକ

କିଏ ସେଇ ସଂଚାଳକ

1 min
172


କି ବିଚିତ୍ର ମନୋହର ଚିତ୍ରକଳା ପୁରିତ ଭୂଧର ସୁନ୍ଦର-

କରି, କେଉଁ କାରିଗର ରଚିଅଛି

 ସତେବା ଈଶ୍ଵର ସେ ବିଶ୍ଵକଳାକାର

ନଦ ,ନଦୀ ,ହ୍ରଦ ,ଝର ,ମହୋଦଧି ସେ ଦିଗନ୍ତ ବିସ୍ତାରି ଅନନ୍ତ ସାଗର ।।


ପାହାଡ଼ ପର୍ବତ ପ୍ରସସ୍ଥ ଦୁର୍ଗମ ବନଭୂମି ମରୁ ମରିଚିକା

ରବି,ଶଶି,ଦିବା,ନିଶି,ଖରା,ଛାଇ, 

ସକାଳ,ସଞ୍ଜ ର ପ୍ରହେଳିକା

କିଏ ସତେ ସେ ସଂଚାଳକ ଚଳାଏ ଏତେବଡ ସଚଞ୍ଚଳ ବିଶ୍ଵ ସଂସାର ।।


ଜଳେ ଜଳଚର ଠାରୁ କିଟ ସରିସୃପ ଯାଏଁ ସବୁକୁ ପବନ

ସବୁଠାରେ ପ୍ରତିତ ହୁଏ କି ସତେ 

 ଅଛି ଉଢାଳରେ କେଉଁ ଭଗବାନ

ବୋଧହୁଏ ସେହିଜଣେ ଏକକ ସଂଜୋଯୋକ ବିଶ୍ଵବ୍ୟାପୀ ଅନନ୍ତ,ଅପାର ।।


ଆକାଶ,ପାତାଳ, ମର୍ତ୍ତ୍ୟ,ନାଗ ଆଉ ଗନ୍ଧର୍ବ ,କିନ୍ନର ମନୁଷ୍ୟ

ଏସବୁ ନିଖୁଣ ଛବିଳ ଛବି ଆଙ୍କିଅଛ

ପରା ତୁମେ ହେ ବିଶ୍ଵ ପୁରୁଷ

ଅନେକ ଅଲୈ।କିକ ଭାବ ଯାଗେ ଦେଖି,ଦେଖି କେତେସବୁ ବିଚିତ୍ର ବେଭାର ।।


କେତେ ବର୍ଣ୍ଣ, କେତେ ଭାଷା, କେତେ ଜାତୀ ପୁଣି କେତେ ଧର୍ମ, କର୍ମ

ଏତେ ବିଭିନ୍ନତା ଭିତରେ ପେଷି ହେଉଥାଏ

ପରା ଖାଲି ମଣିଷ ଜୀବନ

ଏବଂ,ଆକାଶ ,ପାତାଳ ମଝିରେ ଚାପି ହୋଇଯାଏ ଏ ବିରାଟ ଭୂଧର ।।


ଏ ବୈଚିତ୍ରତା ମଧ୍ୟେଁ ମୁଁ ଗୋଟେ ଅସ୍ପଷ୍ଟ ଅଣୁ ବିନ୍ଦୁଟିଏ ମାତ୍ର

ଅଦଭୁତ ସେ କଳାକାର ତା ବିହୁନେ

     କହ କହ କହବନ୍ଧୁ କାହିଁ ବା ଅସ୍ତିତ୍ଵ

ତଥାପି ଅନେକ ଆଶା,ଭରସା ର ଉତ୍ସ ସେହିଏକା ଜୀବନ କର୍ଣ୍ଣଧାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍