କିଏ ଚିହ୍ନିଛ ତାକୁ
କିଏ ଚିହ୍ନିଛ ତାକୁ
1 min
222
ନିମକୁ ଦାରୁ କରି ନିଜକୁ ନିଜେ ଗଢଇ
କାହିଁ ଦେଖିଛ କିଏସେ ଏମିତି
ଶିଳ୍ପୀ ଅଟଇ, କାହିଁ ଦେଖିଛ।।
ନବ ଦୁର୍ବାଦଳ ଶ୍ୟାମ ସୁନ୍ଦର ତା ଅପଘନ
ପିତୃସତ୍ୟ ପାଳି ବନେ ଦୁଃଖ ରେ କାଟିଲେ ଦିନ
ଅଦଭୁତ ଶିଳ୍ପୀ ସିଏ କିଏ, ଜାଣିଛ କାହିଁ, ନିମବୃକ୍ଷ
ଦାରୁ…।।
ସିଏ କଳା ଯାଦୁକର କରେ କୁହୁକ ମନ୍ତର
ପଥର ନାରୀ ପାଲଟେ ବାଜି ଯାହାର ପୟର
ଆଶ୍ଚର୍ଯ୍ୟ ସେ କଳାକାର ତାକୁ , ଦେଖିଛ କାହିଁ,
ନିମବୃକ୍ଷଦାରୁ।।
ସାତ ଦରିଆ ଜଳରେ ବନ୍ଧ ସିଏ ବାନ୍ଧି ପାରେ
ଦଇତ କୁଳ ଅଇରି ସତ୍ୟସନ୍ଧ ଏ ମହୀରେ
ଏବେ ନୀଳ ପରବତେ ସିଏ, ମୋ କଳା
ଗୋସାଇଁ,ନିମବୃକ୍ଷଦାରୁ।।
