STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

କିଏ ଚିହ୍ନିଛ ତାକୁ

କିଏ ଚିହ୍ନିଛ ତାକୁ

1 min
216


ନିମକୁ ଦାରୁ କରି   ନିଜକୁ ନିଜେ ଗଢଇ

କାହିଁ ଦେଖିଛ   କିଏସେ ଏମିତି

ଶିଳ୍ପୀ ଅଟଇ,  କାହିଁ ଦେଖିଛ।।


ନବ ଦୁର୍ବାଦଳ ଶ୍ୟାମ   ସୁନ୍ଦର ତା ଅପଘନ

ପିତୃସତ୍ୟ ପାଳି ବନେ  ଦୁଃଖ ରେ କାଟିଲେ ଦିନ

ଅଦଭୁତ ଶିଳ୍ପୀ ସିଏ   କିଏ, ଜାଣିଛ କାହିଁ, ନିମବୃକ୍ଷ

ଦାରୁ…।।


ସିଏ କଳା ଯାଦୁକର   କରେ କୁହୁକ ମନ୍ତର

ପଥର ନାରୀ ପାଲଟେ   ବାଜି ଯାହାର ପୟର

ଆଶ୍ଚର୍ଯ୍ୟ ସେ କଳାକାର   ତାକୁ , ଦେଖିଛ କାହିଁ,

ନିମବୃକ୍ଷଦାରୁ।।


ସାତ ଦରିଆ ଜଳରେ  ବନ୍ଧ ସିଏ ବାନ୍ଧି ପାରେ

ଦଇତ କୁଳ ଅଇରି   ସତ୍ୟସନ୍ଧ ଏ ମହୀରେ

ଏବେ ନୀଳ ପରବତେ  ସିଏ, ମୋ କଳା

ଗୋସାଇଁ,ନିମବୃକ୍ଷଦାରୁ।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ