STORYMIRROR

Bhakta Charan Sunani

Others

4  

Bhakta Charan Sunani

Others

କି ସୁନ୍ଦର ସେଇ ଶୀତ ସକାଳ

କି ସୁନ୍ଦର ସେଇ ଶୀତ ସକାଳ

1 min
314

କୁହୁଡ଼ି ମଖା ଆକାଶ ତଳେ

ଲହଡି ଭାଙ୍ଗୁଥିବା ପାଚିଲା ଧାନ କ୍ଷେତ

କେତେ ମନଲୋଭା

ସବୁଜ ଘାସ ଉପରେ ଝଲସୁଥିବା କାକରର ମୋତି

ଶୀତର ସତେଜ ଓଠ

କେତେ ମନୋରମ

ଦୂର ପାହାଡ଼ ଫାଙ୍କରୁ ଲମ୍ବି ଆସୁଥିବା

ସୂର୍ଯ୍ୟର ସୁନେଲି କିରଣ

ଭିଜା ଭିଜା ପତ୍ର ଓଠେ

ଶୀତଳ ପବନର ଆଲିଙ୍ଗନ

ଓଠ ଧାରେ ଲେଖିଦିଏ ପ୍ରେମର ଗଜଲ

କି ସୁନ୍ଦର ସେଇ ଶୀତ ସକାଳ।


ମାଟି ଅଗଣାରେ

କଅଁଳ ଖରାର ତାତି

କେତେ ମଜା ଲାଗେ ଶୀତୁଆ ସକାଳେ

ନିଆଁ ଜଲେଇ ପୋଇବାର ଉଷ୍ମ ଅନୁଭୂତି

ମଜା ଲାଗେ ଲଙ୍ଗଳା ପିଲାମାନଙ୍କର

ଟାୟାର ଗଡେଇବାର ଦୃଶ୍ୟ

କଅଁଳ ବାଛୁରୀ ଡିଆଁ ମାରିବାର ଖେଳ

କାକର ଭିଜା ସେ ଫୁଲ ପାଖୁଡାରେ

ପ୍ରଜାପତିର ଚୋରା ପ୍ରିତି

ଆଖି ଧାରେ ଆଙ୍କିଦିଏ ସ୍ମୃତିର କଜଲ

କି ସୁନ୍ଦର ସେଇ ଶୀତ ସକାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍