STORYMIRROR

Minakshi Samal

Others

3  

Minakshi Samal

Others

ଖୁନୀ ଇତିହାସ

ଖୁନୀ ଇତିହାସ

1 min
878



ଫେବୃୟାରୀ ମାସ ଚଉଦ ତାରିଖ
ଦିହଜାର ଉଣେଇଶ
ଆତଙ୍କବାଦର କଳଙ୍କ ଲେପିଲା
ଦେଇକରି କେତେ କ୍ଲେଶ।୧

ମୃତ୍ୟୁର ଲେଲିହାନ ଶିଖାସବୁ
ଜିହ୍ବାକୁ ପ୍ରସାର କରି
ବର୍ବର ପାଷାଣ୍ଡ ନରାଧମ ମାନେ
ଆସିଲେ ଆଗକୁ ମାଡି।୨

ସୁରକ୍ଷାବଳର ଯବାନଙ୍କୁ ନେଇ
ଗାଡିଟିଏ ଯାଉଥିଲା
ବାରୁଦରେ ଭରା ଗାଡିଟିକୁ ଆଣି
ଧକ୍କା କରି ଦିଆଗଲା।୩

ରକ୍ତ ପିପାସୁ ଆତ୍ମଘାତୀମାନେ
କୁଟ ଚକ୍ରାନ୍ତ ବଳରେ
ନରସଂହାର ର ତାଣ୍ଡବଲୀଳା ଯେ
ରଚିଲେ ଭୂସ୍ବର୍ଗ ପରେ।୪

କାଶ୍ମୀରର ପୁଲଓ୍ବାମା ରାଜରାସ୍ତା
ହୋଇଲା ରକ୍ତରଂଜିତ
ଦେଶ ମାତୃକାର ରକ୍ଷା କରିବାକୁ
ଟଳିଗଲେ ଦେଶଭକ୍ତ।୫

ବଳିଦାନ ତାଙ୍କ ଅବିସ୍ମରଣୀୟ
ଚିରଦିନ ପାଇଁ ହେବ
ଭାରତର ଇତିହାସର ପୃଷ୍ଠାରେ
ସ୍ବର୍ଣ୍ଣାକ୍ଷରେ ଲେଖାଯିବ।୬


*** ମିନାକ୍ଷୀ ସାମଲ ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍