STORYMIRROR

Debabrata Jena

Others

3  

Debabrata Jena

Others

କହ୍ନେଇ

କହ୍ନେଇ

1 min
1.9K



କଳା କଳେବର କାଳିଆଠାକୁର

କଳ୍କୀ କୋଦନ୍ଡଵାଲା

କୃଷ୍ଣ କହ୍ନେଇ ସେ କଳା କିମିଆରେ

କିବା କଉତୁକ କଲା ।।


କଦମ୍ଵ ମୂଳରେ ଯମୁନା କୁଳରେ

କଳାବିନୋଦିଆ କାହ୍ନୁ

କପଟ କରିଣ କୁହୁକ କଲା ସେ

ଘେନି ତାର କରେ ବେଣୁ ।।


କଳାମାଣିକର କୁହୁକ ସ୍ୱନରେ

କୃଷ୍ଣମୋହଧାରୀ କେତେ

କାହ୍ନା କାହ୍ନା ବୋଲି ଗୋପୀ କେତେ କେତେ

ଝୁରି ହେଉଥାନ୍ତି ସତେ ।।


କ୍ରୁର1 କପଟୀ ଵି କପଟକୁ କିଳେ

ତା କଳା ବଦନ ଦେଖି

କିଣିନିଏ କାହ୍ନା କଳା ମନ୍ତରରେ

କଳା କାରିଗର ସେ କି ?


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର

9583138533


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍