STORYMIRROR

Gouri Panda

Others

3  

Gouri Panda

Others

ଖିଏ ହସ

ଖିଏ ହସ

1 min
307


ହସ ଖିଅଟିରେ ବାନ୍ଧି ଦେଇ ପାରୁ 

ମନର ମଣିଷ ଟିକୁ ।

ଚେନାଏ ହସରେ ଜିତି ଯାଇ ହୁଏ 

ଶତ୍ରୁ ପରି ଲାଗେ ତାକୁ। 

ହସଖିଅଟିରେ କି କୁହୁକ ଅଛି 

କାହାକୁ ନାହିଁ ତ ଜଣା। 

ପର କୁଆପଣା କରି ଦେଇ ପାରେ

ବୁଦ୍ଧି ହୋଇଯାଏ ବଣା।

କୁଟିଳ ହସରେ ହାଣେ କଟାକ୍ଷରେ

ସ୍ମିତହସ ମନ କିଣେ। 

କିରି, କିରି ହସ ମନ ମୋହିନିଏ 

ବ୍ୟଙ୍ଗ ହସ ଦୁଃଖ ଆଣେ। 

ହସ ର ସଂସାରେ ଦୁର୍ଭିକ୍ଷ ପବିଛି

ପନ୍ଥା କିଛି ଦିଶୁନାହିଁ। 

ହସିବା ପାଇଁ କି ଔଷଧ ବି ଲୋଡା 

ସେ ଔଷଧ ମିଳେ କାହିଁ। 

ୱାଟସପ ହସ, ଫେସବୁକ ହସ

ଶସ୍ତା ହେଲା ଆଜି କାଲି। 

ମେସେଜ ଆସିଛି ଇମେଲରେ ହସ 

ପଠାଇବ ଭଲ ବୋଲି ।

ହସ ରଖିପାରେ ବିଶ୍ୱରେ ସୁନାମ

ହସୁଥିବା ସଦା ଆସ। 

ହସ ରଖିପାରେ ନୀରୋଗ ମନକୁ 

ନହସିଲେ ହେବ ନାଶ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍