STORYMIRROR

Maheswar sahoo

Others

3  

Maheswar sahoo

Others

ଖେଳ ନାଁହି

ଖେଳ ନାଁହି

1 min
186

ଖେଳ ନାହିଁ ତୁମେ ଖେଳ ନାହିଁ,

ଆମେ ରହୁ ଅଛୁ ଧର୍ମ ଧର୍ମ ମିଶି,

    ଧର୍ମ ଧର୍ମ ଯୁଦ୍ଧ ଆଉ କରନାହିଁ,

    ଖେଳ ନାହିଁ ତୁମେ ଖେଳନାହିଁ:


ଖେଳ ନାହିଁ ତୁମେ ଖେଳ ନାହିଁ,

ହେଉ ଯେଉଁ ଜାତି ଯେଉଁବି ଧର୍ମ

     ରାଜନୀତି ଆଉ ଖେଳନାହିଁ

     ଖେଳନାହିଁ ତୁମେ ଖେଳନାହିଁ::


ଖେଳ ନାହିଁ ତୁମେ ଖେଳ ନାହିଁ,

ଭାବନା ଯେ ଏକ ରକ୍ତବି ରଙ୍ଗ ଏକ,

     ଭାବନାରେ ଆମ ଖେଳ ନାହିଁ

    ଖେଳ ନାହିଁ ତୁମେ ଖେଳ ନାହିଁ::


ଖେଳ ନାହିଁ ଶତ୍ରୁ ଖେଳ ନାହିଁ,

ପରିବାର ମଧ୍ୟେ ଖେଳ ନାହିଁ,

    ଭାଇଭାଇ ମଧ୍ୟେ ଖେଳନାହିଁ,

    ଖେଳ ନାହିଁ ତୁମେ ଖେଳନାହିଁ::


ଖେଳନାହିଁ ପରବେ ଖେଳନାହିଁ,

ବାର ମାସେ ଆମ ତେର ପର୍ବରେ,

     ପୂଜା ଭଷାଣିରେ ଖେଳନାହିଁ,

    ଖେଳ ନାହିଁ ତୁମେ ଖେଳ ନାହିଁ::


ଗଣତନ୍ତ୍ର ସହ କେବେ ଖେଳନାହିଁ,

ତୁମେ ରୁହ ସୁଖେ କାମନା ଆମରି,

     ଆମ ସହ କେବେ ଲଢନାହିଁ,

     ଖେଳ ନାହିଁ ତୁମେ ଖେଳ ନାହିଁ::


ନିରୀହ ଜୀବନେ ତୁମେଖେଳ ନାହିଁ,

ଅତେ ପାପ ତୁମେ କର ନାହିଁ,

   ନିଜ ଦେଶ ଲୋକେ ରୁହନ୍ତୁ କୁଶଳେ,

    ଭାରତୀୟ ସଙ୍ଗେ ଆଉ ଖେଳନାହିଁ::



ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in