STORYMIRROR

Debabrata Jena

Others

3  

Debabrata Jena

Others

ଖାଲି ତୋରି ପାଇଁ

ଖାଲି ତୋରି ପାଇଁ

1 min
298




ଶବ୍ଦର ଫୁତ୍କାର କେବେ କେବେ ଆସେ
ଅମାନିଆ ଢେଉ ହୋଇ
ଶବ୍ଦ ଶୂନ୍ୟ ପୁଣି ହୁଏ କେବେ କେବେ
ସଂଯମତା ଆପଣେଇ ।।

ଅବିବେକୀ ହୋଇ ଅବୋଲକରା ମୁଁ
ପାଗଳ ପରାୟ ସାଜେ
ବିବେକର ସଂଜ୍ଞା ହାଟରେ ଘାଟରେ
ସବୁଆଡେ ଚାଲି ଖୋଜେ ।।

ଛଳନା-ଓଢଣା ନିତି ପିନ୍ଧି ଚାଲି
ମନକୁ ଦେଉଛି ମାରି
ଅକପଟ ମନ ନିତି କୋହଗ୍ରସ୍ତ
ତୋ ପାଇଁ ହେଉଛି ଗୋରୀ ।।

ପାଗଳଟେ ଭାବି ଫିଙ୍ଗିଦେବୁ ଯଦି
ତୋ ହୃଦ କ୍ଷୁଦ୍ର କୁଟୀରେ
ବିନା ପ୍ରତିବାଦେ ରହିଯିବି ସେଠି
ସହି ତୋ ଶବ୍ଦ ନିନ୍ଦାରେ ।।

*ଦେବବ୍ରତ, ଭୋଗରାଇ, ବାଲେଶ୍ୱର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍