STORYMIRROR

Gouri Panda

Others

4  

Gouri Panda

Others

ଖାଦ୍ୟ

ଖାଦ୍ୟ

1 min
395

ଖାଦ୍ୟ ଲୋଡା କାଇଁ ପାଇଁ?

ଜୀବନ ଜୀଇଁବା ପାଇଁ ।

ଖାଦ୍ୟ ନଖାଇଲେ ଜାଣ

ଉଠିବନି କେଉଁ ପ୍ରାଣ।

ଖାଦ୍ୟ ବଳରେ ତ ଜୀବ

ଆତଯାତ ହେଉଥିବ।

ଆଗେ ପୁରାତନ ଯୁଗେ

କେଉଁ ଖାଦ୍ୟ ଖାଉଥିବେ ?

ପେଟ ଭୋକ ପାଇଁ ପ୍ରାଣୀ

କଞ୍ଚାମାଂସ ଖାଏ ଆଣି।

ଆଦିର ଏ ଯୁଗ ଦେଖ

ଖାଦ୍ୟ ନାମ ଟିପି ରଖ।

କେତେ ରକମର ଖାଦ୍ୟ

ମିଳେ ଠିଆ ହେଲେ ସଦ୍ୟ।

ଏବେକାର ପ୍ରାଣୀ କିନ୍ତୁ

ଖାଆନ୍ତି ବିଭିନ୍ନ ଜନ୍ତୁ।

ମଣିଷ ପୁରୁଣା କାଳେ

ଜନ୍ତୁ ଡରେ ନିଆଁ ଜାଳେ।

ଏବେ ମଣିଷକୁ ଦେଖ

ଜନ୍ତୁ ମାଂସେ ମେଣ୍ଟେ ଭୋକ।

ସେ ଖାଦ୍ୟ ଜୀଇଁବା ପାଇଁ

ଏବେ ଖୋଜେ ଖାଦ୍ୟ କାଇଁ?

ଖାଦ୍ୟ ସତ୍ତା ବଦଳିଲା

ଏମିତି କି ଯୁଗ ହେଲା?

ରାସ୍ତା ଘାଟେ ଖାଦ୍ୟ ପାଇଁ

ଭିଡେ ବାଟ ମିଳୁ ନାଇଁ।

ପିଲା, ବୁଢା, ପୁଅ, ଝିଅ

ଠିଆଠିଆ ସବୁ ଖାଅ।

ଆହେ ପ୍ରଭୁ ଜଗନ୍ନାଥ

ଏମାନେ ହିଁ ସତ ଭୂତ।

ଏମାନଙ୍କୁ ବୁଦ୍ଧି ଦିଅ

ଭଲ ବାଟ ଆଡେ ନିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍