STORYMIRROR

pranati Mahapatra

Others

4  

pranati Mahapatra

Others

କେତେ ନାଟ ଲଗାଉ ତୁହି

କେତେ ନାଟ ଲଗାଉ ତୁହି

1 min
361


କେତେ ନାଟ ଲଗାଉ ତୁହି,

ସେଆଡ଼କୁ ତୋର ନିଘା ତ ନାହିଁ,

କେତେ ନାଟ ଲଗାଉ ତୁହି।

ତୋ ଆଜ୍ଞାରେ ଫନୀ ଆଇଲାତ ମାଡି

ମୁହୂର୍ତ୍ତକ ମଧ୍ୟେ ଦେଲା ଝାଡିଝୁଡି,

ନୀଳଚକ୍ର ବାନା ଉଡାଇ ନେଇଣ

ଦୁଃଖ ବିପତ୍ତିକୁ ଆସିଲା ନେଇ।

କେତେ ନାଟ ଲଗାଉ ତୁହି।


ତୋତେ ନେଇ କିଏ କେତେ କଣ କରନ୍ତି,

ଭୋକ ଉପାସରେ ତୋତେ ତ ରଖନ୍ତି,

ସେମାନେ ତୋ ଠାରୁ ବଡ଼ଠାକୁର ହୋଇ,

ରତ୍ନଭଣ୍ଡାରର ଚାବିକାଠି ଆଜି

ଗଲା ରହସ୍ୟ ହୋଇ।

କେତେ ନାଟ ଲଗାଉ ତୁହି।

ଗୋପି,ତପି,କପି ଥିଲେ ଠିକ ପ୍ରାୟ

କଳିକାଳେ କିଆଁ କଲୁ ପାପୀମୟ,

ଯୁଆଡେ ଚାହିଁଲେ ସତ୍ୟଖୋଳପାରେ

ହଳାହଳ ବିଷ ଥାଇ।

ସବୁ ନାଟ ଲଗାଉ ତୁହି।

ସତ୍ୟ ବନ୍ଧା ପଡିଛି ଏବେ ମିଛ ପାଦରେ,

ନ୍ୟାୟ ଦଣ୍ଡ ପାଏ ସଦା ଅନ୍ୟାୟ ଦରବାରେ,

ଏମିତି ଚାଲିବ ଆଉ କେତେ କାଳ

ତୋ ଅସଲ ରୂପ ଦେଖାରେ ତୁହି।

ସବୁ ନାଟ ଲଗାଉ ତୁହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍