STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

କେତେ ଆତ୍ମୀୟତା ଲୋଡା ବଞ୍ଚିବାକୁ

କେତେ ଆତ୍ମୀୟତା ଲୋଡା ବଞ୍ଚିବାକୁ

1 min
289

ଆତ୍ମୀୟତା ବିନା ବଞ୍ଚିବା ସେମିତି

ନିଶ୍ଵାସ ବିନା ଏ ଶରୀର ଯେମିତି ।

ହେଲେ କାହିଁ ସେ ଆତ୍ମୀୟତା

କେଉଁଠି ମିଳିବ ସେ ଆତ୍ମୀୟତା??

ଏଠି ସ୍ନେହ ଭଲପାଇବା ଛଳନା ହାତରେ ବନ୍ଦୀ

ଏଠି ତ୍ୟାଗ ସର୍ତ୍ତାବଳୀର ସର୍ତ୍ତ ଭିତରେ ମିଳୁଛି

ଏଠି ପ୍ରେମ ଅବିଶ୍ଵାସର ଚଉହଦିରେ ମୂକସାକ୍ଷୀ।

ତାହାଲେ କିଏ ଠିକଣା ଦେବ ସେ ଆତ୍ମୀୟତାର

ଯାହା ଦିନେ ଆତ୍ମା ସହିତ ଆତ୍ମାର ମିଳନ କରାଉଥିଲା

ଆତ୍ମୀୟତାର ବିଲୁପ୍ତି ଘଟୁନି ତ???

ଆମେ ଆତ୍ମୀୟତା ବିନା ନିର୍ଜୀବ ସମ୍ପର୍କର

ସୁତାରେ ବାନ୍ଧି ହେଇନେ ତ??

ଅନେକ ଅବାନ୍ତର ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍