Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

PRANATI MAHAPATRA

Others

3  

PRANATI MAHAPATRA

Others

କେନ୍ଦ୍ରାପଡା ଜିଲ୍ଲା

କେନ୍ଦ୍ରାପଡା ଜିଲ୍ଲା

1 min
44



ଐତିହ୍ୟ ମଣ୍ଡିତ କେନ୍ଦ୍ରାପଡା ଜିଲ୍ଲା

ତୁଳସୀକ୍ଷେତ୍ର ନାମିତ,

ପ୍ରଭୁ ବଳଦେବଜୀଉ ଙ୍କୁ ପ୍ରଣାମ

ଏ କ୍ଷେତ୍ରରେ ସେ ଆରାଧ୍ୟ।(୧)


କନ୍ଦରାସୁର ନାମାନୁସାରେ

ଏ କ୍ଷେତ୍ର ଯେ କେନ୍ଦ୍ରାପଡା,

ନୌବାଣିଜ୍ୟର କେନ୍ଦ୍ରସ୍ଥଳ ପରା

ପୂର୍ବେ ଥିଲା କେନ୍ଦ୍ରାପଡା।(୨)


ସହରର ପୁରୁଣା ବସଷ୍ଟାଣ୍ଡ

ସ୍ମୃତି ଜୁମା ମସଜିଦ,

ଇଛାପୁରର ଇଛାମୟ

ଏ କ୍ଷେତ୍ରରେ ଯେ ପୂଜିତ।(୩)


ଇଂରେଜ ଅମଳର ସୂର୍ଯ୍ୟଘଡି

ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ,

ଫ୍ରେଜର ବାଳିକା ବିଦ୍ୟାଳୟ

ମୁକସାକ୍ଷୀ ଅଛି ରହି।(୪)


ଏବେବି ରହିଛି ରାମଲୀଳା ପାଲା

ସଖୀ କଣ୍ଢେଇ କେନ୍ଦରା,

ବଞ୍ଚି ରହିଅଛି ଅଦ୍ୟାବଧି ତେର

ସଂସ୍କୃତି ଓ ପରମ୍ପରା।(୫)


ଘରେ ଘରେ ପରିଚିତ ତଅପୋଇ

କେନ୍ଦ୍ରାପଡା ର ଦୁଲାଳୀ,

ସେ ସମୟରୁ ପୂଜା ପାଉଛନ୍ତି

ମା ମଙ୍ଗଳା ଠାକୁରାଣୀ।(୬)


ଜାତୀୟ ଉଦ୍ୟାନ ଭିତରକନିକା

କୁମ୍ଭୀର ସଂରକ୍ଷଣ ଡାଙ୍ଗମାଳ,

ଗହୀରମଥା ଅଲିଭରିଡ଼ଲେ ସଙ୍ଗମସ୍ଥଳ

ରାଜବାଟୀ ପେଣ୍ଠର ଜିଓ ସିନ୍ଥେଟିକ ଓ୍ଵାଲ।(୭)


ରଥଯାତ୍ରା ଆଉ ଗଜଲକ୍ଷ୍ମୀ ପୂଜା

ଭକ୍ତ ଭିଡ଼ ଜମୁଥାଏ,

ଭାସ୍କର ଟକିଜ ତାରିଣୀ ହଲରେ

ଯୁବବର୍ଗ ଭିଡ଼ ଥାଏ।(୮)


ପ୍ରଭୁ ବଳଦେବ ମା ଦୁର୍ଗାଦେବୀ

ରାଧାଗୋବିନ୍ଦ ମନ୍ଦିର,

ବିନୋଦବିହାରୀ ବାଲାବାବା ପୁଣି

ମୁଣ୍ଡକଟା ଗୋପିନାଥ ମନ୍ଦିର।(୯)


କେନ୍ଦ୍ରାପଡାର ରସାବଳୀ

ପ୍ରଭୁଙ୍କ ପ୍ରିୟ ପ୍ରସାଦ,

ନୀଳାଦ୍ରି ବିଜେରେ ରସାବଳୀ ଖାଇ

ଖୁସି ପ୍ରଭୁ ବଳଦେବ।(୧୦)


Rate this content
Log in