କେମିତି ୟେ ରାଜନୀତି
କେମିତି ୟେ ରାଜନୀତି
ସଂସାରର ଲୀଳା ବଡ ଅଦ୍ଭୁତ ଏ
ଘରେ ଘରେ ରାଜନୀତି
ପାର୍ଟି ପାର୍ଟି ହୋଇ ଭାଇ ଭାଇ
ମଧ୍ୟେ କଳହ ଚାଲିଛି ନୀତି ।
ଯେଉଁଠି ଦେଖିଲେ ଟଣା ଓଟରାରେ
ଶୋଧ ଶୋଧି ହେଉଛନ୍ତି
ବୁଝିବି ହେଉନି କାହିଁକି ଏମାନେ
ଲୋଭ ନେଇ ଜିଉଁଛନ୍ତି ।
ଖଟିଲେ ଖାଇବେ କରିଲେ ପାଇବେ
ଜାଣିଶୁଣି ଏତେ ଲୋଭ
ଆବୁଝାକୁ କେହି ବୁଝେଇ ପାରେନା
ପାର୍ଟି ପ୍ରେମୀଙ୍କର କ୍ଷୁଭ ।
ଜିତିବା ଲୋକଟି ଲୋଭ ଦେଖାଇଣ
ଜିତି ବସେ ଆସନରେ
ବାଲିମିଶା ଖୁଦ ଫିଙ୍ଗିଦିଏ ମୁଠେ
ପାର୍ଟି ପ୍ରେମୀଙ୍କ ମୁଂହରେ ।
ଖାଏ ବିରିୟାନି ଫିଙ୍ଗେ ବାଲି ଖୁଦ
ଲୋକଙ୍କୁ ହାତରେ ରଖେ
ପାର୍ଟିପ୍ରେମୀ ଏବେ ଖୁଦ ପାଇଁ ବାୟା
ଭାବନ୍ତି ତାହାକୁ ଲକ୍ଷେ ।
ଯେଉଁଠାକୁ ଯାଅ ପଚାରନ୍ତି ଲୋକେ
ତୁମେ କେଉଁ ଦଳ ଲୋକ
ବୁଝେଇ ବୁଝେଇ ଥକି ଗଲେ ମଧ୍ୟ
ଛାଡିବେନି ତାଙ୍କ ଝୁଙ୍କ ।
ଥାନାଠୁଁ କଚେରୀ ଯେଉଁ ଠାକୁ ଯାଅ
ସବୁଠାରେ ରାଜନୀତି
ଆଗ ଦଳ କୁହ ତାପରେ ବିଚାର
ହାଇରେ ଦଳର ନୀତି ।
ବିଜେପି ବିଜେଡି ଆଉ କଂଗ୍ରେସ
କରୁଛନ୍ତି ଏବେ ଖେଳ
କାହାକୁ ଧରିବୁ କାହାକୁ ଛାଡ଼ିବୁ
ଭାବି ଭାବି ହେଲି ଭୋଳ ।
