STORYMIRROR

कार्त्तिक सेठी

Others Tragedy

5.0  

कार्त्तिक सेठी

Others Tragedy

କେମିତି କହିବି

କେମିତି କହିବି

1 min
356


କେମିତି କହିବି ଦରଦୀ ବନ୍ଧୁ ଟେ ନୀଳମଣି ତୋତେ ମୋ'ର

ଲୁହ ହୋଇ ଆସୁ ମହ ମହ ବାସୁ ନ ଦେଉ କେବେ ଉତ୍ତର !!

ଚାହିଁ ରହିଥାଉ ପଦେ ବି ନ କହୁ ପଲକ ପଡେନି ତୋ'ର

ବଡ଼ ବଡ଼ ଆଖି ମନେ ଯାଏ ଲାଖି ଆଉ ରଙ୍ଗା ପାଟି ତୋ'ର ।।

ଚନ୍ଦନ ଚର୍ଚ୍ଚିତ ମସ୍ତକ ଶୋଭିତ କେକୀ ପୁଚ୍ଛ ଚନ୍ଦ୍ର ଡୋରେ

ଲୋଭନୀୟ ପୁଣି ଶ୍ରୀବାଙ୍କ ଚାହାଁଣି କୋଟି କନ୍ଦର୍ପ ବି ହାରେ ।।

ଦିବ୍ୟ ଅଙ୍ଗ, ରୂପେ ଶୋଭାପାଉ ହେଲେ ପୂତିଗନ୍ଧ ମୋ'ର

ଘର ଘୂରି ବୁଲିବା କି ଭାଗ୍ୟେ ମୋ'ର ଲେଖା ପାଶେ ଥାଇ ହେଉ ଦୂର !!

ଜନ୍ମ ରୁ ଜନ୍ମ କୁ କଳ୍ପ କଳ୍ପ ଯାଏଁ ଦିଗହରା ଏଇ ବନ୍ଧୁ

କି ମଜା ପାଉଛୁ କହରେ ଶ୍ରୀମୁଖ ହୋଇ ତୁ ଆନନ୍ଦ ସିନ୍ଧୁ ।।

ତୁ ଚାହିଁଲେ ଧନ ଗୋଟେ ଜନମରେ ଭବୁ ହୋଇଯିବି ପାର

ଭକ୍ତି ସୁଧାରସେ "ଜଗନ୍ନାଥ" ଗାଇ ବୁହାଇବି ଅଶ୍ରୁ ଧାର ।।

ଛାଡ଼ିଯିବି ନାହିଁ ତୋ' ବଡ଼ଦାଣ୍ଡ କୁ ଆସୁଥିବି ବାର

ବାର ଜୀବନ୍ମୁକ୍ତ ଥରେ କରିଦେ କାଳିଆ ମୁକ୍ତି ଆଶା ନାହିଁ ମୋ'ର ।।


ସେଠୀ କାର୍ତ୍ତିକ ଚନ୍ଦ୍ର, ଚଉମୁଖ, ବାଲେଶ୍ଵର


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ