STORYMIRROR

Santosh Pattnayak

Others

3  

Santosh Pattnayak

Others

କେମିତି ଖେଳିବି ହୋଲି

କେମିତି ଖେଳିବି ହୋଲି

1 min
13.7K


ତମେ ନାହଁ ବୋଲି ବସନ୍ତ ଆସିନି

    ରଙ୍ଗର ପସରା ମେଲି

ମନ ବୃନ୍ଦାବନେ ବୈଶାଖୀ ରାଜୁତି

   କେମିତି ପାଳିବି ହୋଲି..... !


ଜୀବନଟା ଲାଗେ ବେରଙ୍ଗ ବେରଙ୍ଗ

   ନିଜକୁ ଖୋଜୁଛି ନିଜେ

 ଛଳନାର ଏଇ ମରୁ ପ୍ରାନ୍ତରରେ

   ନିଇତି ପଥିକ ସାଜେ.....


ଭାରି ଭାରି ଲାଗେ ଜହ୍ନର ଜୋଛନା

   ଫିକା ଫିକା ଏ ଜୀବନ

 କଣ୍ଟକିତ ଆଜି ମୋ' ହୃଦ ଗାଲିଚା

    ଦେହକୁ ଜାଳେ ଫଗୁଣ.....


ଅମାନିଆ ଭାରି ଖିଆଲି ମନ ମୋ

   ପାଶେ ତୁମେନାହଁ ବୋଲି

 ସ୍ଵପ୍ନ ରାଇଜର ସୌଦାଗର ସାଜି 

   କେମିତି ଖେଳିବି ହୋଲି.....!


【ସନ୍ତୋଷ ପଟ୍ଟନାୟକ】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍