କେହି ନାହିଁ ତୁମ ଭଳିଆ
କେହି ନାହିଁ ତୁମ ଭଳିଆ
1 min
131
ତୁମ ଉପରେ ରୁଷେ
ମୁହଁ ଫୁଲେଇ ବସେ
ହେଲେ ଯେବେ ତୁମ ପାଖକୁ ଯାଏ
ତୁମ ଆଖିର ଗଭୀରତାରେ ଭୁଲେ
ମୋର ମାନ ଅଭିମାନ
ତୁମ ଦୟଣାର ମାଳ ହେଉ କି ତୁମ ଚନ୍ଦନ ତିଳକ
ସବୁ ତ ମୋ ମନ କିଣେ।
ତୁମ ରଙ୍ଗ ଅଧରରେ ମନ୍ଦ ମନ୍ଦ ହସ
ଦେଖି କିଏ ଖୁସି ନ ହେବ କହିଲ ।
ତୁମ ମୋ ପ୍ରିୟ ବନ୍ଧୁ ଜଗା କାଳିଆ
କେହି ନାହିଁ ତୁମ ଭଳିଆ
ମୋ ଗଳା ମାଳିଆ
ଏ ସମ୍ପର୍କ ତୁମର ମୋର
ସବୁ ଜନ୍ମ ରହୁ।
ପ୍ରଭୁଙ୍କ ପାଖେ ଭକ୍ତର ଅଳୀ।
ଏତିକି ମିନତୀ ତୁମ ପାଦ ତଳୁଆ
ଯେଣୁ କେହିନାହିଁ ତୁମ ଭଳିଆ ।