କଢଦ୍ୱୟ
କଢଦ୍ୱୟ
1 min
214
ଲୁହ -କୋହ -ମୋହ (ଏକ )
------------------------
ଓଠକୁ ମାଗିଲି ହସ ଟିକିଏ
ଆଖିରୁ ଖସିଲା ଲୁହ
ମନକୁ ପଚାରି ବୁଝିଲି କାରଣ
ଉତ୍ତରରେ ଖାଲି କୋହ l
ଯେଉଁଠି ଶୁଣିଲି ସେଇଠି ଶୁଭିଲା
ସଂସାରଟା ଖାଲି ମୋହ
ସମାଜ ଦେଖିକି ଟୁପୁରୁ ଟାପୁରୁ
କାହାକୁ କହିବା କୁହ ?
"ଜାଣିଲା ଯାଦୁ "(ଦୁଇ )
----------------------------
ଜୀବନଟି ଖୋଜେ ଅଜବ ଜିନିଷ
ସମୟ ଖେଳାଏ ଖେଳ
ସଂସାର ଶିଖାଏ ବଂଚିବା ଶୈଳୀ
ନାହିଁ କାହା ତାଳମେଳ l
ମୃତ୍ୟୁ ବି ଏଠି ଆଶାରଖେ କିଛି
ଶିଖାଏ ଫୋପାଡ଼ି ଡୋରୀ
ସମ୍ପୂର୍ଣ୍ଣ ସଂସାର ମାୟାଖାଲି ମାୟା
କାଳହାତେ ଯାଏ ସରି l
