କଦାପି ନୁହେଁ
କଦାପି ନୁହେଁ
ଝୁଣ୍ଟିବା ଡରରେ ଚାଲିବା ଛାଡି ଦେବି,
ନା କଦାପି ନୁହେଁ,
ପଡିବା ଡରରେ କଣ ଚଢିବା ଭୁଲି ଯିବି,
ନା କଦାପି ନୁହେଁ,
ଜୀବନର ପଥ ସବୁବେଳେ ହି ବଙ୍କା,
କେବେ ଉଠାଣି ତ କେବେ ଗଡାଣି ଜାଗା,
କେବେ ମଧୁର ପାଣି ତ କେବେ ଖଟା,
କେବେ ଫୁଲ ଭରା ତ କେବେ କଣ୍ଟା,
ଏ ସବୁ କଥା ଭାବି ବଞ୍ଚିବା ଛାଡି ଦେବି,
ନା କଦାପି ନୁହେଁ,
ମୋ ଜୀବନ ମୋର, ମୋ ପରିଚୟ ଭି ମୁଁ,
ହାରିବା ଜିତିବା, ଏ ତ ହିଁ ଜୀବନ,
ଏ ପଦ କେବେ ଭୁଲି ପରିବିନି ମୁଁ,
ଜୀବନ ଯାତ୍ରା ରେ ଅନେକ ଶିକ୍ଷା ଅଛି,
ଭୁଲ ଠିକ ର ବହୁ ବିବରଣୀ ମଧ୍ୟ ଅଛି,
ମଣିଷର ଏଠି ଅନେକ ପରୀକ୍ଷା ବାକି ଅଛି,
ଆଉ ବଞ୍ଚିବାର ଅନେକ କାରଣ ମଧ୍ୟ ଅଛି,
ହେଲେ ଏ ସବୁ ପରୀକ୍ଷା ଭୟରେ,
କଣ ବଞ୍ଚିବା ଛାଡି ଦେବି,
ନା କଦାପି ନୁହେଁ....
