STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

କବିତା 👑 ମାଣବସା 👑

କବିତା 👑 ମାଣବସା 👑

1 min
269

          


ମାର୍ଗଶୀର ମାସ ଆଦ୍ୟ ଗୁରୁବାର 

    ମାଣବସା ପୂଜା ବିଧି ହୁଏ ଆରମ୍ଭ, 

ଓଡ଼ିଆଙ୍କ ଘରେ ଘରେ ଏହି ଓଷା 

      ପାଳିତ ହୁଅଇ କରି ଶୁଭା ଶୁଭ।


ପ୍ରାତଃ କାଳୁ ଶଯ୍ୟା ଛାଡି କୂଳ ବଧୂ  

    ଘର ଦ୍ୱାର କରି ପରିଷ୍କାର ପରିଚ୍ଛନ୍ନ, 

ଝୋଟି ଆଙ୍କି ଲକ୍ଷ୍ମୀପାଦପଦ୍ମମାନ

      ନିଷ୍ଠାର ସାଥେ କରେ ଆବାହନ।


ଖଟୁଲି ସଜାଇ ଯତନେ ପୂଜା ଘରେ 

    ଶୁଦ୍ଧ ସ୍ନାନେ କରେ ପୂଜା ଆରାଧନା,

ପବିତ୍ର ହୃଦୟେ ରଖି ଭକ୍ତି ଭାବ 

     ସୁଖ ଶାନ୍ତି ଆନନ୍ଦ କରେ କାମନା। 


ଶ୍ରୀୟା ଗାଥା ଅନୁସରି କରେ କାର୍ଯ୍ୟ ସବୁ 

 ମୃତ୍ୟୁ ପରେ ପାଇବାକୁ ବୈକୁଣ୍ଠରେ ସ୍ଥାନ,

ଜଞ୍ଜାଳମୟ ଜଗତ ଯନ୍ତ୍ରଣାମୟ ଜୀବନ 

   ତାର ଦୁଃଖ ଲାଘବ ଲାଗି କରେ ଧ୍ୟାନ। 


ଓଡ଼ିଆ ସଂସ୍କୃତି ପରମ୍ପରା ରଖି ମନେ 

    ମାଣରେ ରଖେ ନବ ଶୁକ୍ଳ ଧାନ କେରା, 

ଲକ୍ଷ୍ମୀ ଠାକୁରାଣୀଙ୍କୁ କରେ ସୁମରଣା 

    ଧନ ଧାନ୍ୟେ ପରିପୂର୍ଣ୍ଣ କରିବାକୁ ଧରା।


ଲକ୍ଷ୍ମୀ ପୁରାଣ ପଠନେ ଶ୍ରବଣେ ରତ 

       ରହି କରେ ଏ ଓଷା ବ୍ରତ ପାଳନ,

ପରିବାରର କରଇ ମଙ୍ଗଳ କାମନା 

   ଏକାଗ୍ର ଚିତ୍ତେ ରଖି ତାର ଧାରଣା ଧ୍ୟାନ। 


ଆଜି ଏ ସଂସ୍କୃତିର ହେଉଛି ବିଲୟ 

    ଉଗ୍ର ଆଧୁନିକା ନାରୀ କରେ ତାଛଲ୍ୟ, 

ନାନା ଭାବେ ହୋଇ ସମାଜେ ବିଶୃଙ୍ଖଳିତ 

    ଜୀବନ କରଇ ଧ୍ଵଂସ ନ ବୁଝି ତା ମୂଲ୍ୟ। 

  


Rate this content
Log in