STORYMIRROR

Debabrata Jena

Others

2  

Debabrata Jena

Others

କବି ତୁମେ

କବି ତୁମେ

1 min
252



କବି ତୁମେ ଶବଦର ଶ୍ରେଷ୍ଠ ମୂର୍ତ୍ତିକାର

ଚିତ୍ରଶିଳ୍ପୀ ତୁମେ ସତ କଳ୍ପନା ରାଜ୍ୟର

ଗଢ଼ି ଚାଲ କେତେ ଶୌଧ ଭାବନା ନିଳୟେ

ହଜାଇଣ ସୁଧୀଜନେ ତୁମ ଶବ୍ଦାଳୟେ ।।(୧)


ସ୍ୱତଃସ୍ଫୁର୍ତ୍ତ ନିର୍ଝରିଣୀ ଝରେ ନିରନ୍ତର

ଫୁଟାଇ ଜୀବନ୍ତ ଚିତ୍ର ତଵ କଲମର 

ଭାବନାର କୋଣାରକେ ତୁମେ ଅଧୀଶ୍ଵର

ଶବ୍ଦର ନନ୍ଦନ ବନେ ତୁମେ ଗୋ ଈଶ୍ୱର ।।(୨)


 

ଆଙ୍କି ଚାଲ ପ୍ରତିଛବି ତୁମେ ସମାଜର

ନିରପେକ୍ଷ ସ୍ୱର ତୋଳି ଜୀବନ ଯାତ୍ରାର

କରିଅଛ ପଣ ତୁମେ ଆଗେଇବ ବୀର

ଉପେକ୍ଷା କରିଲେ କରୁ ଏ ମିଛ ସଂସାର ।।(୩)


ମସି ବଳେ ବଳୀୟାନ ତୁମେ ଏ ଦେଶର

ଅର୍ଥ ପାଇଁ ସାଜ ନାହିଁ ଗୋଲାମ କାହାର

ପ୍ରତିବିମ୍ବ ସାଜୁଥାଅ ନିତି ସମାଜର

ନମନ ତୁମକୁ ଆହେ ଦ୍ଵିତୀୟ ଈଶ୍ୱର ।।(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍