STORYMIRROR

Sunanda Mohanty

Others

3  

Sunanda Mohanty

Others

କବି ଓ କବିତା

କବି ଓ କବିତା

1 min
6

ଏକାନ୍ତେ କବିତା 

କହେ ଗୋଟେ କଥା 

କହିବୁକି ସତ କଥା 

କବିତାରେ ସିନା କହିଦେଲୁ 

ଏଵେ ଜହ୍ନରେ କରିବୁ ଘର 

ସତରେ ଜହ୍ନରେ ରହିକି ପାରିବୁ 

ଛାଡି ପୃଥିବୀରେ ଘରଦ୍ୱାର 

ହସି କହିଲି ଆରେ ମୋର ସଖି 

ତୋ ଆଖିରେ କଜ୍ଜ୍ୱଳ ମାଖି 

ଦିଶୁଛୁ କେଡେ ସୁନ୍ଦର 

ହେଲେ କଜ୍ଜ୍ୱଳ କି କେବେ ତୋର 

ହସିକି କବିତା କହିଲା ବନିତା 

ଭୁଲବୁଝିବୁନି ମୁଁ ନୁହେଁ ପର 

ଜହ୍ନରେ ରହିଲେ କେମିତି ବଞ୍ଚିବି 

ଉଚ୍ଛନ୍ନ ହେବ ମୋ ସଂସାର 

କବି କବୟିତ୍ରୀ ଜହ୍ନକୁ ଭଲପାଇ 

କରିଦେବ ଯଦି ମତେ ପର 

କବିତା ଜୀବନ ହେବ ଅସାର 

ତା କଥା ଶୁଣି ଆଖିରେ ମୋ ଲୁହ ଧାର 

କହିଲି କବିତା, କବି ମିଛ ଲେଖି 

ନିଜକୁ ବୋଲାଇ ଚତୁର 

ଆଜି ତୋ ପ୍ରଶ୍ନରେ ହୃଦୟ ବିବେକ ଓ ମନ 

ସନ୍ତାପିତ ହେବା ସାର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍