STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କବି କଲମରେ ବର୍ଷା

କବି କଲମରେ ବର୍ଷା

1 min
130

ବରଷା ଆସଇ ପହିଲି ଆଷାଢ଼

ଅଷାଢୁଆ ଆକାଶରେ

ବିଜୁଳି ଚମକ କଳାମେଘି ରୂପ   ଇନ୍ଦ୍ରଧନୁ ସାତ ରଙ୍ଗରେ

ତା ରିମି ଝିମି ଗୀତ ତାଳେ

ଘୋର ଗରଜନ ଟମକ ନିଶାଣ

ମନରେ ଛନକା ଭରେ  ।।

ଘୋର ଘନଘଟା ବଉଦ ଶୂନ୍ୟତା

ପୂର୍ଣ୍ଣକରି ନିଏ ଆବୋରି

ଅନିଳ ପ୍ରବାହେ ତାଳଦେଇ ଖେଳେ   ମଉସୁମୀ ଦିବା, ସର୍ବରୀ

ଅହିଭୁଜ ବନାନୀରେ

ସବୁଜ ମଞ୍ଜୁଳ ମଞ୍ଜରୀ ଗହଳେ

ପୁଚ୍ଛ ଟେକି ନୃତ୍ୟ କରେ  ।।

ନବ ଦୁର୍ବାଦଳ ଲତା ମହୀଧର

ରଙ୍ଗେ ସବୁଜିମା ଧରଣୀ

କଦମ୍ବ ଫୁଲର ମହକ ବିଛାଇ   ଆସିଲା ବରଷା ରାଣୀ

ସୁପ୍ତ ଭୃଣେ ପ୍ରାଣ ଭରେ

ଧୂସର ମାଟିରେ ସବୁଜ ବରଣା

ମଉସୁମୀ ଆସିବାରେ ।।

ନିଶବଦ ହେଲା ଝିଙ୍କାରି ଶବଦ

ନାରୀମୁଖ ବାଦ୍ୟ ସମ

ମଣ୍ଡୁକ ରାବରେ ମୁଖରିତ ହୁଏ    ଏଇତ ବରଷା ଦିନ

ବିରହି ପ୍ରବାସେ ଝୁରେ

ଅତିଭୋଳେ ରୋଳେ ପ୍ରୀୟା ପାସେତାର

ଚିଟାଉ ଦିଏ ମେଘ ରେ  ।।

କୃଷକ ପରାଣେ ନବ ଉନ୍ନାଦନା

ଯାଗେ ନବ ଅଭିଳାଷ

ପହିଲି ଆଷାଢ଼ ରଜ ପରେ ପରେ   ଗଡେ ଜଗା ନନ୍ଦିଘୋଷ

ବରଷା କାଳ ମହୀରେ

ଉପଗତ ହୁଏ ନିଦାଘ ଦୂରେଇ

ପ୍ରକୃତି ଋତୁ ଚକ୍ରରେ ।।


Rate this content
Log in