Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshay Kumar Behera

Others

3  

Akshay Kumar Behera

Others

କବି କବୟିତ୍ରୀ ବାଇ

କବି କବୟିତ୍ରୀ ବାଇ

1 min
311



ସାହିତ୍ୟ ସାଗର ମୁହାଣରେ

ଚିଲ, କାକ ପରି ସାହିତ୍ୟିକ ମାନଙ୍କ ଭିଡ ।

ସତେ ଯେପରି ଯୁଧା ବିବଳେ

ନିଜ ନିଜ ଭିତରେ ଲାଗିଛି ବହୁ ସଂଘର୍ଶ ।


ଟିକିଏ ମାନ ସମ୍ମାନ ପାଇବାକୁ

ବିକଳେ ହରାଇ ବସନ୍ତି ନିଜର ମାନବିକତା ।

ଅନ୍ୟର ସମ୍ମାନ ହାନି କରିବାକୁ

ପଛଘୁଞ୍ଚା ଦିଅନ୍ତି ନି ଖଣ୍ଡିଏ ମାନପତ୍ର ପାଇବା ପାଇଁ ।


ସତେ ସାହିତ୍ୟ ଅନୁଷ୍ଠାନ ମାନଙ୍କରେ

ଅଣସାହିତ୍ୟିକ ମାନଙ୍କର 

ମାନପତ୍ର କିଣାବିକା ପାଇଁ ଚାଲିଛି ଏବେ

ପ୍ରଖର ଭାବରେ ବେପାର ।


ଦଳା ଚକଟା ହୋଇ ଆଗକୁ ମାଡିଯାଆନ୍ତି

ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନଙ୍କ ସହ 

ସେଲଫୋନ୍ ଜରିଆରେ

ଫୋଟଚିତ୍ରଟିଏ ନେବା ଲାଗି ।


କହିବାର କିଛି ତ କାହାକୁ ନାହିଁ,

ନିଜର ପ୍ରତିଭା ବିକଶିତ ହେଲେ ସମ୍ମାନ ଯୋଗ୍ୟଯାଇ ।

ଏକଥା ଆଜି ବୁଝେନା କେହି

ସମ୍ମାନ ପଛରେ "କବି, କବୟିତ୍ରୀ ବାଇ" ।



Rate this content
Log in