କଅଁଳ ଶିଶୁ
କଅଁଳ ଶିଶୁ
ମାତୃଗର୍ଭରୁ ଜୀବନ ସଞ୍ଚରି
ଧରାରେ ପତିତ ହୋଇ
କୁଆଁ କୁଆଁ ଡାକ ଦିଏ
ସିଏ ହିଁ କଅଁଳ ଶିଶୁ ।
ନା ଥାଏ ତା ପାଶେ
ପର ଆପଣାର ଭେଦ
ନା ଥାଏ ହିଂସା, ଇର୍ଷାର ଭାବ
ଅଧରେ ଖାଲି ଥାଏ ନିଷ୍ପାପ,
ମନଲୋଭା ହସ ।
ହେଲେ ଜାମୁକାଶ୍ମୀର ର ସେ ଅସିଫା
କଣ ନ ଥିଲା ଶିଶୁ ????
କାଠୁଆର ସେ ନାବାଳିକା ପାଖରେ
କଣ ନ ଥିଲା ଶିଶୁ ମନୋଭାବ ???
ତେବେ ସେ କାହିଁକି ହେଲା ବଞ୍ଚିତ
ଆବିଳତା ବିହୀନ ସ୍ନେହ ଠାରୁ ???
ଏ ମଣିଷ କଣ
ଦୈହିକ ଆସକ୍ତିରେ ଏତେ ବଶ ?
ଯାହାର ପୂରଣ ପାଇଁ କଅଁଳ ଶିଶୁ କୁ
ଟାଣିବିଦାରି ରଖୁ ନାହାଁନ୍ତି ଲେସ ।
ସତରେ କଣ ଭସ୍ମୀଭୂତ ହୋଇ ଯାଇଛି
ପାଶବିକ ପୁରୁଷତ୍ବ ମନରୁ ସ୍ନେହ,ଦୟା ??
ଆଜିର ଶିଶୁ ସଙ୍କଟ ଘେରରେ
ଦେଶର ଭବିଷ୍ୟତ ଏବେ
ରକ୍ତମୂଖା ପିଶାଚ ରୂପୀ ମାନବ ଘେରରେ ।
ପ୍ରତି ମୁହୂର୍ତ୍ତରେ ତା ପାଇଁ
ମାଡିଆସୁଛି ବିପଦ
ପ୍ରତିଟି ଶିଶୁର ସୁରକ୍ଷା ପାଇଁ
ଆମେ ହିଁ ହେବୁ ଜାଗ୍ରତ ।
♡♡**~Priyadarsini Das~**♡♡
*Asst teacher *
● R.K.U.P.School,Vellora,Balasore ●
