STORYMIRROR

Akshayakumar Dash

Others

2  

Akshayakumar Dash

Others

କାଠହଣା ଚଡେଇ

କାଠହଣା ଚଡେଇ

1 min
14.3K


କାଠହଣା ଚଡେଇ,

ନୀତିଆସେ ଗଛେବସେ ତା ଥଂଟରେ ଦିଏ କାଠ ଛଡ଼େଇ।

ଗଢ଼ିବସେ କୋରଡ,

ଆପଣାର କାମ ପାଇଁ ଭାବେନାହିଁ ସେ ବଡ଼।

ସଂଜ ହେଲେ ବସାକୁ,

ଉଡିଯାଏ ସୋଇଥାଏ ଆଦରି ତା ଦଶାକୁ।

ଦିନେ ଝଡ଼ ରାତିରେ,

ପେଚା ଟିଏ ଆସି ସିଏ ବସେ ଗଛ ଛାତିରେ।

ମାଡିଆସେ ବତାସ,

ମରିବାବଞ୍ଚିବା ନେଇ ଲାଗୁଥିଲା ହତାଶ।

ଗଛେ ଦେଖେ କୋରଡ,

ରହିଲା ଭିତରେ ଯାଇ ଘୁଂଚିଲା ତାର ଡର।

ରାତିପାଏ ସକାଳ,

ବାଟ ଘାଟ ପଡ଼ିଅଛି ଗଛପତ୍ରର ଡାଳ।

କାଠହଣା ବିଚାରେ,

କୋରଡକୁ ଯାଇ ଦେଖି କିଏ ତାକୁ ପଚାରେ?

ଆଖି ମଳି ନିଦରୁ,

ପେଚା କହେ' ଭାଇ କାଲି ବଂଚିଲି ମରୁ ମରୁ।

କିଏ ସେହି ଦେବତା,

ଗଢ଼ିଥିଲେ ବୋଲି ସିନା ଗୁଂଜିଦେଲି ମୋମଥା।

କାଠହଣା ଚଡେଇ ,

ତୋଷ ହୋଇ ଥଂଟଟିକୁ କାନପାଖେ ବଢ଼େଇ,

କହିଥିଲା ଧନରେ,

ପରିଶ୍ରମ ହୁଏନାହିଁ ବୃଥା ରଖ ମନରେ।

ଛୋଟମୋର କରମ,

ତୁମକାମ ଲାଗିବାରୁ ମୋର ଅତି ଧରମ।

ଉଡ଼ିଗଲା ଚଡେଇ ,

ଆପଣା କି ପର ଭାବ ଦେଇଗଲା ଛଡେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash