STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
495


କାର୍ତ୍ତିକ ପୂର୍ଣ୍ଣିମା ଦିନରେ ମନୁଆ କାର୍ତ୍ତିକ ପୂର୍ଣ୍ଣିମା ଦିନ

କଳିଙ୍ଗର ସାଧବାଣୀ ଅନୁକୂଳ କରେ ବୋଇତ ବନ୍ଦାଣ ।।

ସାଧବ ପୁଅ ଯେ ଅଝାଲ ଉଡ଼ାଇ ସାଗର ଗରଭ ଚିରି

ବିଦେଶେ ବେପାର ବଣିଜେ ପ୍ରଚାରେ ଉତ୍କଳ ଗୌରବ ଶିରୀ ।।


ସେଦିନର ସେଇ ଗଉରବ ମୟ ଇତିହାସ ମନେ ପଡେ

ବୋଇତ ତ ନାହଁ ପ୍ରତିବଦଳେ ମୁଁ କାଗଜର ଡଙ୍ଗା ଛାଡେ ।।

କଦଳୀ ପଟର ବୋଇତକୁ ଛାଡେ ଭାଳି ପୂରୁବର ସ୍ମୃତି

ହଜିଯାଇଅଛି କଳିଙ୍ଗ ଗୌରବ ଉତ୍କଳ ଉତ୍କର୍ଷ କୀର୍ତ୍ତି ।।


କର୍ପୂର ଉଡ଼ାଇ କନା ଖଣ୍ଡ ଧରି ଗାଉଚୁ ଜାତୀୟ ଗୀତି

ଫେରିବ ସତେ କି କଳିଙ୍ଗ ବୈଭବ ଉତ୍କଳ ପୂରୁବ ସ୍ମୃତି ।।

କାର୍ତ୍ତିକ ପୂର୍ଣ୍ଣିମା ରାସ ପୂର୍ଣ୍ଣିମାର ନାମରେ ହୋଇଛି ଖ୍ୟାତ

ରାଇ ଦାମୋଦର ଶରତ ରାସରେ ସଂସାର ହୁଏ ମୋହିତ ।।


ଶିବ ପୁତ୍ର କାର୍ତ୍ତିକେୟଙ୍କର ପୂଜା ଆବାହନ ଆରାଧନା

କରିଥାନ୍ତି ଭକ୍ତ ଆଜିର ପବିତ୍ର ପୂଣ୍ୟ କାର୍ତ୍ତିକ ପୂର୍ଣ୍ଣିମା ।।

ପ୍ରେତ ପୁରୁଷଙ୍କ ଉଦ୍ଦେଶ୍ୟେ ଆକାଶେ ଆକାଶ ଦୀପ ଜଳାଇ

ତୁଳସୀ ଚଉରା ମୂଳେ ବୃନ୍ଦାବତୀ ଆରାଧନ ଥାଏ ହୋଇ ।।


ସୁନାବେଶେ ରାଜରାଜେଶ୍ଵର ରୂପେ ଶ୍ରୀକ୍ଷେତ୍ରେ କଳା ସାଆନ୍ତେ

ବିଜୟ କରନ୍ତି ଦରଶନ କରି ମୁକତି ଲଭେ ଭକତେ ।।

ପବିତ୍ର କାର୍ତ୍ତିକ ରାଇ ଦାମୋଦର ବ୍ରତ ଉଦ୍ଜାପନ ତିଥି

କାର୍ତ୍ତିକ ପୂର୍ଣ୍ଣିମା ପବିତ୍ର ୟେ ବ୍ରତ କଲେ ମିଳଇ ମୁକତି ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍