STORYMIRROR

Akshayakumar Dash

Others

4  

Akshayakumar Dash

Others

କାଞ୍ଜିଆହୁଦା

କାଞ୍ଜିଆହୁଦା

1 min
104

ଭୋରୁ ଉଠିଲେ ମିଶର ବୁଢ଼ୀ

ଗୁହାଳକୁ ଗଲେ ପାଇଟି ହୁଡ଼ି।

ମନବୁଝେନାହିଁ ଘୁମୁରି ପାଇଁ

ସତେକି ଘୁମୁରି ରହିଛି ଚାହିଁ ।

ଯାଇ ଆଉଁସିଲେ ଦେହକୁ ତାର

ମୁଣ୍ଡକୁହଲେଇ ବୁଝିଲା ଠାର ।

କାଳିରାତି କିସ ହୋଇନି ନିଦ

ମଶା,ମାଛିମାନେ କଲେକି ବାଦ ।

ସତେକି ଘୁମୁରି ଝିଅଟି ପରି

ମନକଥା ସବୁ ବୁଝୁଛି ଧରି ।

ଦିନେ ସେ ଘୁମୁରି କରିଲା ରୋଷ

ନଖାଇନପି ବୁଡ଼ିଲା ହୋସ ।

ଚିଣ୍ଡାଇଲା ପଘା ଗଲାସେ ଧାଇଁ

ମହାନ୍ତି ଘରର ବାଡିକୁ ଯାଇ ।

ସବୁଜ ଦୁବରେ ଲୋଟୁଛି ଭୂଇଁ

ଚରିବସିଲା ସେ ମୋଉନ ମୁହିଁ ।

ମହାନ୍ତି ମଉସା ହୋଇଲେ ରୋଷ

ମିଶର ମାଉସୀ ଦେଲେ ସେ ଦୋଶ ।

ଧରିନେଲେ ଗାଈ କାଞ୍ଜିଆହୁଦା

ବାନ୍ଧିରଖିଛନ୍ତି ସରକାରୀ ବୁଦା ।

ଚାରିପଟ ଜାଙ୍କ ପାଚେରୀ ବାଡା

ଘୁମୁରୀ ସେଥିରେ ହୋଇଛି ଖାଡା ।

ଦିନଯାକଗଲା ହୋଇଲା ରାତି

ମଶାକି ଡାଆସ ଆସିଲେ ମାତି ।

ଛନକା ପସାଏ ଘୁମୁରୀ ଡାକ

ଟରାଟି ଚାହୁଁଛି ହୋଇ ଅବାକ ।

ରାତିପାହି ପୁଣି ସକାଳ ହେଲା

କୁକୁଡ଼ା,ଡାମରା ଡାକ ଛୁଟିଲା ।

ପୂରୁବଆକାଶେ ସୁରୁଜ ଉଇଁ

ଲିଭିଗଲା ରାତି ଦିବସ ଭୁଇଁ ।

ବୁଝିପାରୁନାହିଁ ଘୁମୁରୀ ମଥା

କେତେଦିନ ଏଠି ରହିବା କଥା ।

କେଦେଵ କୁଣ୍ଡାକି ତୋରାଣୀ ପାଣି

ତାମନ ବୁଝିବ ଖାଦ୍ୟକୁ ଆଣି ।

ଆଉଁସି ଦେବକେ ଦେହକୁ ତାର

କପାଳରେ ଲେଖା ବିପଦ ଭାର ।

ଘୁମୁରୀ ଘୁମୁରୀ କେ ଦେଲା ରଡି

ଆଗକୁ ଘୁମୁରୀ ଗଲାଟି ମାଡି ।

ଆଗରେ ଦେଖିଲା ମିଶର ବୁଢ଼ୀ

କହୁଛି ମୋକଥା ଗଲୁତୁ ହୁଡ଼ି ।

କାଞ୍ଜିଆଖାନା ଲାଗିଲା ଭଲ

ରାତିସାରା ଧାର ଆଖିରୁ ଜଳ ।

ହୋଇବି ନଥିବ ରାତିରେ ନିଦ

କାହୁଁତୁ ବୁଝିବୁ ଦୃଦଶା ମିତ ।

ଘୁମୁରୀ ବେକକୁ ହଲାଇ ଦେଇ

ସତେକି କଥାକୁ ବୁଝୁଛି ସେଇ ।

ଖୁଣ୍ଟରୁ ପଘାକୁ ଫିଟାଏ ଧରି

ଘୁମୁରୀ ଚାଲିଲା ଦୋଷୀଟି ପରି ।



Rate this content
Log in